Sunday, July 27, 2025
23.7 C
Odisha

ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳି ପଡ଼ିଲେ ଅତିରିକ୍ତ ଜିଲ୍ଲାପାଳ

ଆଗକୁ ପଢନ୍ତୁ

ଏମିତି ବି ଆସେ ମୃତ୍ୟୁ । କେତେବେଳେ କୋଉ ପରିସ୍ଥିତିରେ ମରଣ ମଣିଷକୁ ଆଦରି ନିଏ ସେ କଥା କେବଳ ତାକୁ ହିଁ ଜଣା ଥାଏ । ସମସ୍ତଙ୍କ ଆଖି ଆଗରେ ଟଳି ପଡିଲେ ଅତିରିକ୍ତ ଜିଲ୍ଲାପାଳ । ସେ ବି ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଉ ଗାଉ । ମଂଚ ତଳେ ବସିଥିବା ଦର୍ଶକମାନେ କିଛି ବୁଝିବା ଆଗରୁ ତାଙ୍କ ଦେହରୁ ଜୀବନ ଛାଡି ସାରିଥିଲା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ଘଟଣାଟି ସମ୍ପୂର୍ଣ ସତ । ଏମିତି ଅଘଟଣ ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ଏ ଘଟଣା ଦେଖିଲେ ମନେ ପଡ଼ୁଛି ନମୀତା ଅଗ୍ରୱାଲଙ୍କ ଗୀତ ‘ଏତିକି ମିନତୀ ପ୍ରଭୁ ପ୍ରାଣ ଗଲା ବେଳେ ତୁମ ନାମ ଥିବ ମୋ ତୁଣ୍ଡରେ’ ମନେ ପଡ଼ିଯାଉଛି । ଗଜପତି ଜିଲ୍ଲା  ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ପାରଳାଖେମୁଣ୍ଡିରେ ସରକାରୀ ଅଧିକାରୀଙ୍କ ଏକ ଭେଟଘାଟ କାର୍ଯ୍ୟକ୍ରମ ଚାଲିଥିଲା । ମଞ୍ଚ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ‘ନ ଶୁଣ ହେ ଭଗବାନ…’ ଗାନ କରୁଥିଲେ ଶ୍ରୀଦାସ । ଏତିକି ବେଳେ ପଛକୁ ଦୁଇ ପାଦ ଚାଲି ଯାଇ ଟଳି ପଡ଼ିଥିଲେ ମଂଚ ଉପରେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ନିଆ ଯାଇଥିଲା । କିନ୍ତୁ ହସ୍ପିଟାଲ ଯିବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ଏମିତି ଅସ୍ୱାଭାବିକ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ବରିଷ୍ଠ ଅଧିକାରୀ ତଥା ସହକର୍ମୀ ମାନେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
23.7 ° C
23.7 °
23.7 °
88 %
2.7kmh
81 %
Sat
24 °
Sun
30 °
Mon
29 °
Tue
25 °
Wed
28 °

ସମ୍ବନ୍ଧିତ