Sunday, April 19, 2026
43.1 C
Odisha

    ଜଙ୍ଗଲକୁ ଫେରିଲେ ଦନ୍ତା, ଗତ ୫ ଦିନ ଧରି ଶିଖର ଚଣ୍ଡି ପାହାଡରେ ପକାଉଥିଲେ ଡେରା

    ଆଗକୁ ପଢନ୍ତୁ

    ବରାଙ୍ଗ:  ଭରତପୁର ଜଙ୍ଗଲକୁ ଫେରିଲେ ଦନ୍ତା । ଭୋର ସମୟରେ ପଥରଗାଡ଼ିଆ ପାଚେରୀ ଭାଙ୍ଗି ଜଙ୍ଗଲକୁ ଫେରିଯାଇଛନ୍ତି ହାତୀ । ଗତ ୫ ଦିନ ହେବ ଦୁଇଟି ଦନ୍ତାହାତୀ ଶିଖରଚଣ୍ଡି ପାହାଡରେ ଡେରା ପକାଇଥିଲେ । ଦୁଇ ଦନ୍ତା ହେଲେ ବଡ଼ ଫେରେକଟା ଓ ସାନ ଫେରେକଟା । ଦନ୍ତାହାତୀଙ୍କୁ ଘଉଡ଼ାଇବା ପାଇଁ ନାଇଟ ଅପରେସନ କରିଥିଲା ଚନ୍ଦକା ବନଖଣ୍ଡ । ଗତିବିଧି ଉପରେ ନଜର ରଖିବାକୁ ଭୁବନେଶ୍ୱର ବନାଞ୍ଚଳ ରେଞ୍ଜ ପକ୍ଷରୁ ୩ଟି ଟିମ ଗଠନ କରାଯାଇଥିଲା । ପାଣି ଟାଙ୍କି ପଟ ଘଞ୍ଚ ଜଙ୍ଗଲ ମଧ୍ୟରେ ଦନ୍ତା ଦୁଇଟି ଲୁଚି ରହିଥିଲେ । ସନ୍ଧ୍ୟା ୪ ଟାରୁ ଆରମ୍ଭ ହୋଇଥିଲା ‘ଅପରେସନ ଫେରେକଟା’ ।

    ବନ ବିଭାଗ ପକ୍ଷରୁ ଡ୍ରୋନ, ନାଇଟ ଭିଜନ କ୍ୟାମେରା, ସାଇରନ ଆଦି ଉପକରଣ ବ୍ୟବହାର କରାଯାଇଥିଲା । ହାତୀଙ୍କୁ ଘଉଡ଼ାଇବାକୁ ସନ୍ଧ୍ୟା ୪ ଟାରୁ ରାତି ସାଢ଼େ ୩ ଟା ସମୟ ଲାଗିଯାଇଥିଲା । ଦନ୍ତା ଦୁଇଟି ରାତିରେ ପାହାଡ଼ରୁ ବାହାରି ପାହାଡ଼ ତଳେ ଡେରା ପକାଇଥିଲେ । ରାତି ପ୍ରାୟ ୧ ଟା ସମୟରେ ଗୋଟିଏ ଦନ୍ତା ପଥରଗାଡିଆ ଗାଁ ଶ୍ମଶାନ ନିକଟସ୍ଥ ପାଚେରୀ ଭାଙ୍ଗି ଭରତପୁର ସଂରକ୍ଷିତ ଜଙ୍ଗଲକୁ ଫେରି ଯାଇଥିଲା । ପରେ ଅନ୍ୟ ଦନ୍ତାକୁ ରାତି ପ୍ରାୟ ସାଢ଼େ ୩ ଟାରେ ଘଉଡାଇବାରେ ବନ ବିଭାଗ ସକ୍ଷମ ହୋଇଥିଲା। ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    43.1 ° C
    43.1 °
    43.1 °
    11 %
    3.8kmh
    5 %
    Sun
    43 °
    Mon
    44 °
    Tue
    43 °
    Wed
    44 °
    Thu
    44 °

    ସମ୍ବନ୍ଧିତ