Friday, March 27, 2026
24.5 C
Odisha

    ଜଙ୍ଗଲରେ ପତ୍ର ସଂଗ୍ରହ କରୁଥିଲେ ମହିଳା, କଚାଡ଼ି ଦେଲା

    ଆଗକୁ ପଢନ୍ତୁ

    ଯୁଯୁମୁରା ଅଞ୍ଚଳର ଜଙ୍ଗଲରେ ଦନ୍ତା ମାତିଛି। କେବଳ ୫୫ ନମ୍ବର ଜାତୀୟ ରାଜପଥକଡ଼ରେ ଥିବା ଜଙ୍ଗଲ ନୁହେଁ। ବରଂ ଏହି ବ୍ଲକର ଗାଁ ପାଖରେ ଥିବା ଜଙ୍ଗଲରେ ମଧ୍ୟ ହାତୀପଲ ଓ ଗୋଠଛଡ଼ା ଦନ୍ତା ଲୁଛି ରହିଛନ୍ତି। ସାମାନ୍ୟ ଅସାବଧାନ ହେଲେ ଜୀବନ ଯାଇପାରେ। ହାତୀମାନେ ଜଙ୍ଗଲରେ ଲୁଚି ରହିଥିବା ବେଳେ ମନୁଷ୍ୟ ଦେଖିଲେ ରକ୍ତମୁଖା ହେଉଛନ୍ତି। ହାତୀମାନେ ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି। ଧାନ ଅମଳ ସମୟ ହୋଇଥିବାରୁ ଗୋଠଛଡ଼ା ଦନ୍ତା ଓ ହାତୀପଲ କ୍ଷେତରେ ଉପଦ୍ରବ ସୃଷ୍ଟି କରୁଛନ୍ତି। ଜଙ୍ଗଲ ନିକଟକୁ ଲାଗିଥିବା ଗାଁର ଲୋକେ ଭୟଭୀତ ହୋଇଯାଇଛନ୍ତି। ଦିନ ଦି‘ପ୍ରହରରେ ମଧ୍ୟ ବାହାରିବାକୁ ଭୟ କରୁଛନ୍ତି। ଏହାର କାରଣ ପ୍ରାୟ ଏକ ମାସ ମଧ୍ୟରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଆଜି ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ଅଧୀନ ଜାମୁଜୁରିର ପ୍ୟାରୀ ଲୁଗୁନ((୫୦)। ଗୁରୁବାର ଅପରାହ୍‌ଣ ପ୍ରାୟ ସାଢେ଼ ୩ଟା ବେଳେ ନିକଟସ୍ଥ ପତ୍ରା ଜଙ୍ଗଲକୁ ପତ୍ର ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡିଯାଇଥିଲେ। ଅଚାନକ ହାତୀକୁ ଦେଖି ଘଟଣାସ୍ଥଳରୁ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ହାତୀଟି ଅତି ନିକଟରେ ଥିବାରୁ ସେଠାରୁ ସେ ଯାଇପାରି ନଥିଲେ। ଫଳରେ ହାତୀଟି ମହିଳାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ପ୍ୟାରୀଙ୍କର ମୃତ୍ୟୁ ହୋଇଥିଲା।
    ସ୍ଥାନୀୟ ଲୋକେ ପ୍ୟାରୀଙ୍କ ମୃତଦେହ ପଡ଼ିଥିବା ଦେଖି ବନ ବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ଥିଲା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଯୁୁଯୁମୁରା ଅଞ୍ଚଳରେ ହାତୀ ଉପଦ୍ରବ ନେଇ ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବ ନେଇ ସ୍ଥାୟୀ ସମାଧାନ କରାଯାଉ ନଥିବାରୁ ଲୋକେ ଅସନ୍ତୁଷ୍ଟ ଓ ଉତ୍ତେଜିତ ଦେଖାଯାଉଛନ୍ତି। ସୂଚନାଯୋଗ୍ୟ, ଯୁଯୁମୁରା ଅଞ୍ଚଳରେ ଗତମାସ ୨ ଜଣଙ୍କୁ ହାତୀ ଆକ୍ରମଣ କରି ଜୀବନ ନେଇଥିଲା। ଚଳିତ ମାସ ଆଜିର ଘଟଣା ସହ ୫ ଜଣ ଜୀବନ ହାରି ସାରିଛନ୍ତି। ଗତ ୨୪ ତାରିଖରେ ଆମଲିପାଣି ନୁଆଁମୁଡ଼ାର ଅବସରପ୍ରାପ୍ତ ସେନା କର୍ମଚାରୀ ସତୋ ଟୁଟି(୬୩), ୨୩ ତାରିଖରେ ଧମାକଟାର ଶାଲମି ମିଞ୍ଜ (୭୦), ୨୧ ତାରିଖରେ କଂସର ପଞ୍ଚାୟତ ପଡ଼ାର ମୁଡକି ମୁଣ୍ଡା (୬୦), ୮ ତାରିଖରେ ମହାକୁଡ଼ପାଲି ଗ୍ରାମର ମାଙ୍ଗରା ମହତୋ (୫୯) ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    31 %
    1.3kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ