Thursday, October 1, 2026
22.7 C
Odisha

    ଜନ୍ମଦିନରରେ ଏଲନ୍ ମସ୍କଙ୍କୁ ଉପହାର ପରିବର୍ତ୍ତେ ମିଳିଛି ବଡ଼ ଝଟକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଟେସଲା-ସ୍ପେସ୍ ଏକ୍ସ କମ୍ପାନି ମାଲିକ ଏଲନ୍ ମସ୍କଙ୍କ ଜନ୍ମଦିନ ଆଜି।କିନ୍ତୁ ତାଙ୍କ ଜନ୍ମଦିନରରେ ତାଙ୍କୁ ଉପହାର ପରିବର୍ତ୍ତେ ମିଳିଛି ବଡ଼ ଝଟକା। ସେ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି ହୋଇଥିବା ବେଳେ ଏବେ ଆମାଜନର ଜେଫ୍ ବେଜୋସ୍ ତାଙ୍କୁ ପଛରେ ପକାଇ ଟପ୍ ୧୦ବିଲିୟନାୟାର ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଯଦି ଆମେ ବ୍ଲୁମବର୍ଗ ବିଲିୟନାୟାର ଇଣ୍ଡେକ୍ସର ଟପ୍ ୧୦ ବିଲିୟନାୟାର ତାଲିକାକୁ ଦେଖିବା, ତେ‌ବେ ଗୁରୁବାର ପର୍ଯ୍ୟନ୍ତ, ଏଲନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ହେଲେ ଗତ ୨୪ଘଣ୍ଟା ମଧ୍ୟରେ ସେ ଦ୍ବିତୀୟ ସ୍ଥାନକୁ ଖସିଆସିଛନ୍ତି। ଏଲନ୍ ମସ୍କଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଥିଲେ ବି ଜେଫ୍ ବେଜୋସ ତାଙ୍କୁ ପଛରେ ପକାଇଛନ୍ତି। ସମ୍ପତ୍ତି ୭୫୧ ନିୟୁତ ଡଲାର ବଢ଼ିବାରୁ ମସ୍କ ୨୧୭ବିଲିୟନ ଡ଼ଲାରର ମାଲିକ ହୋଇଥିବା ବେଳେ ଜେଫ୍ ବେଜୋସଙ୍କ ସମ୍ପତ୍ତି ୩.୯୭ ବିଲିୟନ ଡ଼ଲାରରେ ବୃଦ୍ଧି ପାଇବାରୁ ସେ ୨୨୦ବିଲିୟନ ଡଲାର ସମ୍ପତ୍ତିରେ ମାଲିକ ହୋଇ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ