Wednesday, October 14, 2026
24.1 C
Odisha

    ବିବାହ କରିବାକୁ ମନାକଲା ପ୍ରେମିକ; ଆତ୍ମହତ୍ୟା କଲେ ଯୁବତୀ

    ଆଗକୁ ପଢନ୍ତୁ

    ବେକରେ ଓଢଣୀ ଲଗାଇ ଯୁବତୀ ମୃତ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ନୂଆଟିପିଲେଇ ଗ୍ରାମରେ। ଏହାକୁ ନେଇ ଭୁବନ ଥାନାରେ ସୋମବାର ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଗ୍ରାମର ଦୀପା ପ୍ରଧାନ ଓ ଚିଣ୍ଟୁ ଦଳେଇଙ୍କ ମଧ୍ୟରେ ପ୍ରଥମେ ପ୍ରେମ ସଂପର୍କ ଥିବାରୁ ପରିବାରର ମୂରବୀ ଓ ଗ୍ରାମବାସୀଙ୍କ ମଧ୍ୟସ୍ଥତାରେ ବୈଠକ ହୋଇ ବିବାହ ନିମନ୍ତେ ମାଘ ମାସକୁ ସ୍ଥିର କରିଥିଲେ। ମାଘ ମାସ ଯିବାରୁ ଝିଅ ବାପା ମଧ୍ୟସ୍ଥିଙ୍କୁ ପଚାରିଥିଲେ। ଟିପିଲେଇ ରେ ନୂଆ ଘର ନିର୍ମାଣ ଶେଷ ହେଲେ ବାହାଘର ହେବ ବୋଲି କହିଥିଲେ।ପହିଲି ରଜ ଦିନ ପ୍ରେମିକ ଚିଣ୍ଟୁ ପ୍ରେମିକା ଦୀପାଙ୍କ ଭିଣୋଇଙ୍କୁ ଫୋନ ଯୋଗେ ଧମକ ଦେଇ କହିଥିଲେ ବିବାହ ନିଷ୍ପତ୍ତିରୁ ଓହରି ଯିବା ନିମନ୍ତେ। ଖାଲି ସେତିକି ନୁହେଁ, ନିଜେ ପ୍ରେମିକ ଓ ତାଙ୍କ ମାଙ୍କୁ ମଧ୍ୟ ବିବାହ କଥା ନ ଉଠାଇବାକୁ ଧମକ ଦେଇଥିଲେ। ଫଳରେ ଦୀପା ମାନସିକ ଭାରସାମ୍ୟ ହରାଇ ନିଜଘରେ ନିଜ ପିନ୍ଧା ଓଢ଼ଣୀକୁ ଘରର ପଙ୍ଖାରେ ଝୁଲାଇ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣକ ଜଣେ ଉଚ୍ଚ ଶିକ୍ଷିତା ବୋଲି ଜଣାଯାଇଛି। ସେ ଇଂରାଜୀରେ ସ୍ନାତକ ଡିଗ୍ରୀ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅଧ୍ୟୟନରତ ଅଟନ୍ତି। ଏପଟେ ଏହାକୁ ନେଇ ମୃତକ ଝିଅର ବାପା ପ୍ରେମାନନ୍ଦ ପ୍ରଧାନ ଝିଅ ଗର୍ଭବତୀ ଥିବା ଅନୁମାନ କରି ଥାନାରେ ଅଭିଯୋଗ କରିଛନ୍ତି। ଝିଅ ନିଜ ପାପୁଲିରେ ଚିଣ୍ଟୁ ସହ ଅନ୍ୟ ଜଣେ ଝିଅର ନାମ ସହ ଫୋନ ନମ୍ୱର ମଧ୍ୟ ଲେଖି ଦେଇଛି। ରବିବାର ମଧ୍ୟାହ୍ନରେ ଝିଅକୁ ଭୁବନ ଡାକ୍ତରଖାନାକୁ ଅଣାଯାଇଥିଲା। ସୋମବାର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ନ୍ୟାୟ ଅପେକ୍ଷାରେ ପରିବାର ଲୋକମାନେ ଅଛନ୍ତି। ଅଭିଯୋଗକୁ ଭିତ୍ତି କରି ଭୁବନ ଥାନାଧିକାରୀ କେସ ରୁଜୁ କରିବା ସହ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ସୌଭାଗ୍ୟ ପାଣିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ପୁଲିସ ପକ୍ଷରୁ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ