Tuesday, October 7, 2025
23.5 C
Odisha

    ଜନ୍ମଦିନରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :     ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀଙ୍କ ଜନ୍ମଦିନ ଅବସରରେ ସେ ତାଙ୍କୁ ଫୋନ୍‌ କରିଥିଲେ । ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ମୋଦୀଙ୍କ ଉଦ୍ୟମ ପାଇଁ ଟ୍ରମ୍ପ , ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଏ ବିଷୟରେ ନିଜ ସୋସିଆଲ୍‌ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ମୋଦୀ ମଧ୍ୟ ଏହି ପୋଷ୍ଟର ପ୍ରତ୍ୟୁତ୍ତୋର ଦେବା ସହ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି ।  ଏହା ମୋଦୀଙ୍କ ୭୫ତମ ଜନ୍ମ ଦିବସ । ଏବେ ଟାରିଫ୍ ସମସ୍ୟା ଚାଲିଥିବା ବେଳେ ଭାରତ ସହ ଆମେରିକାର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହା ଏକ ପ୍ରୟାସ ।

    ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ ଗତ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଜି-୭ ଶିଖର ସମ୍ମିଳନୀ ପରେ ଏହା ପ୍ରଥମ ଫୋନ୍ କଲ୍  । ଜି-୭ ବୈଠକପରେ, ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ । ରୁଷିଆଠାରୁ ଅଶୋଧିତ ତୈଳ କ୍ରୟ ଉପରେ କଟକଣା ପାଇଁ ସେ ଓ ତାଙ୍କର ଅଧିକାରୀମାନେ ଭାରତକୁ ସମାଲୋଚନା କରିଥିଲେ । ଗତ ସପ୍ତାହରେ, ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ପୁଣି ସଜାଡିବା ପାଇଁ ପ୍ରୟାସ କରୁଥିବା କଥା ଉଲ୍ଲେଖ କରିଥିଲେ । ମୋଦୀ ଏହାର ଜବାବରେ ଭାରତ ଏବଂ ଆମେରିକା ମିଳିତ ଭାବେ ବିଶ୍ୱର ଶାନ୍ତି ଏବଂ ପ୍ରଗତି ପାଇଁ କାର୍ଯ୍ୟ କରିବା ବୋଲି ଆଶା ବ୍ୟକ୍ତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    92 %
    1.2kmh
    100 %
    Tue
    23 °
    Wed
    29 °
    Thu
    28 °
    Fri
    28 °
    Sat
    27 °

    ସମ୍ବନ୍ଧିତ