Friday, September 25, 2026
24.2 C
Odisha

    ଦେବଦାସ ଛୋଟରାୟ ‘ମ୍ୟାଟିନି ସୋ’ ପାଇଁ ପାଇବେ ୪୬ ତମ ସାରଳା ପୁରସ୍କାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଶ୍ରେଷ୍ଠ ସାହିତ୍ୟକୃତି ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ସାରଳା ପୁରସ୍କାର’ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯିବ। ୨୦୨୩ ମସିହାରେ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ। ଆସନ୍ତା ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ୍ୟ ସାରସ୍ବତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
    ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୫ ମସିହା ପାଇଁ ଘୋଷିତ ହୋଇଛି। ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା ଏବଂ ସଙ୍ଗୀତ ଗୁରୁ ରାମହରି ଦାସଙ୍କୁ ଚଳିତବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଉଭୟଙ୍କୁ ଦୁଇଲକ୍ଷ ପଚାଶ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ।
    ଏଥର ସାରଳା ପୁରସ୍କାର ପାଇଁ ପ୍ରାଥମିକ ପୁସ୍ତକ ମନୋନୟନ ମଣ୍ଡଳୀରେ ଦୁର୍ଗାପ୍ରସାଦ ପଣ୍ଡା, କୃଷ୍ଣକୁମାର ମହାନ୍ତି, ପବିତ୍ରମୋହନ ଦାଶ, ଶ୍ରୀଦେବ, ଶକ୍ତି ମହାନ୍ତି ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ପ୍ରକାଶ ମହାପାତ୍ର, ପବିତ୍ର ପାଣିଗ୍ରାହୀ, ଧନଞ୍ଜୟ ସ୍ବାଇଁ, ପାରମିତା ଶତପଥୀ, ସୁସ୍ମିତା ବାଗ୍‌ଚୀ, ପ୍ରବୀଣା ମହାନ୍ତି ଏବଂ ସୂର୍ଯ୍ୟ ମିଶ୍ର ବିଚାରକ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.2 ° C
    24.2 °
    24.2 °
    96 %
    5.3kmh
    100 %
    Thu
    24 °
    Fri
    28 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ