Sunday, September 8, 2024
24.3 C
Odisha

    ଜନ୍ମବେଦୀ ରୁ ବାହୁଡିଲେ ରତ୍ନବେଦୀ ଶ୍ରୀଜିଉ

    ଆଗକୁ ପଢନ୍ତୁ

    ପୁରୀ : ଆଜି ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା । ସରିଲା ଜନ୍ମ ବେଦୀର ଲିଳାଖେଳା । ଆରମ୍ଭ ହେଲା ରଥଟଣା ପ୍ରଥମେ ବଡ଼ ବାଡ଼ ବଳଭଦ୍ରଙ୍କ ରଥଟଣା ଆରମ୍ଭ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ । ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣି ଆଣୁଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ଠାକୁର ପ୍ରଭୁ ବଳଭଦ୍ର, ପରେ ମା’ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ରଥକୁ ବିରାଜିଥିଲେ । ରଥ ଉପରେ ଗଜପତି ମହାରାଜଙ୍କ ଛେରା ପହଁରା ନୀତି ଶେଷ ପରେ ଗଡ଼ିଲା ମହାପ୍ରଭୁ ବଳଦେବଙ୍କ ରଥ ।ସେପଟେ ଗୁଣ୍ଡିଚା ମନ୍ଦିର ବିଜେ ସମୟରେ ଘଟିଥିବା ଅଘଟଣକୁ ଦୃଷ୍ଟିରେ ରଖି ଏଥର ରଥ ଉପରକୁ ସେବାୟତମାନେ ମୋବାଇଲ ନେଇ ପାରିବେ ନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ଏଥି ସହିତ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ପାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେବାୟତ ହୁଅନ୍ତୁ କିମ୍ବା ଭକ୍ତ ସମସ୍ତେ ସରକାରଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଥିବା ଏସଓପିରେ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ