Friday, October 2, 2026
23.8 C
Odisha

    ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ: ଅଭିଯୋଗ ଶୁଣିବା ପାଇଁ ଆରଡିସିସ୍ତରକୁ ଯିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେପି ସରକାରକୁ ଆସିବା ପରେ ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନେଇଛି। ଲୋକେ କିପରି ସମସ୍ୟାର ସମ୍ମୁଖୀନ ନହେବେ ସେ ଦିଗରେ ଗୁରୁତ୍ୱର ସହ କାମ କରୁଛନ୍ତି ମୋହନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତି ସପ୍ତାହରେ ନିଜେ ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ଆଉ ସମାଧାନ ମଧ୍ୟ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣିକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଅଭିଯୋଗ ଶୁଣିବା ପାଇଁ ସେ ଆରଡିସି ସ୍ତରକୁ ଯିବେ। ଦରକାର ପଡିଲେ ଆଗାମୀ ଦିନରେ ଆରଡିସି ସ୍ତରକୁ ଯିବି ବୋଲି କହିଛନ୍ତି।  କେବଳ ରାଜଧାନୀରେ ନୁହେଁ। ରାଜଧାନୀ ବାହାରେ ମଧ୍ୟ ଅଭିଯୋଗ ଶୁଣାଯିବ। ଆବଶ୍ୟକ ପଡିଲେ ଜିଲ୍ଲାସ୍ତରକୁ ଯାଇ ବି ଅଭିଯୋଗ ଶୁଣାଯିବ। ଆଗାମୀ ଦିନରେ ଅଭିଯୋଗ ଶୁଣାଣି ନେଇ ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ