Saturday, October 3, 2026
23.6 C
Odisha

    ଜବତ ହୋଇଛି ନଗଦ ୧୦୦୦ କୋଟି:ନିର୍ବାଚନ କମିସନ (ଇସି)

    ଆଗକୁ ପଢନ୍ତୁ

    ଚେନ୍ନାଇ   :  ପଶ୍ଚିମବଙ୍ଗ ବିଧାନସଭାର ୧୫୨ (ପ୍ରଥମ ପର୍ଯ୍ୟାୟ) ଏବଂ ତାମିଲନାଡୁର ସମସ୍ତ ୨୩୪ ଆସନ ପାଇଁ ଗୁରୁବାର ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଦୁଇ ରାଜ୍ୟରେ ଭୋଟଗ୍ରହଣ ପୂର୍ବରୁ ନଗଦ ୧୦୭୨ କୋଟି ଟଙ୍କା ଜବତ ହୋଇଛି ବୋଲି ନିର୍ବାଚନ କମିସନ (ଇସି)ଙ୍କ ସୂତ୍ରରୁ ଜଣାପଡିଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗରେ ୪୭୨.୮୯ କୋଟି ଏବଂ ତାମିଲନାଡୁରେ ୫୯୯.୨୪ କୋଟି ଟଙ୍କା ଜବତ ହୋଇଛି। ଅପରପକ୍ଷରେ ପଶ୍ଚିମବଙ୍ଗରେ ୧୦୨.୪୫ କୋଟି ଟଙ୍କାର ମଦ ଓ ୧୦୮.୧୧ କୋଟି ଟଙ୍କାର ଡ୍ରଗ୍‌ସ ଜବତ ହୋଇଥିବାବେଳେ ତାମିଲନାଡୁରେ ୩.୮୫ କୋଟିର ମଦ ଏବଂ ୧୫୯.୩୧ କୋଟି ଟଙ୍କାର ସ୍ବର୍ଣ୍ଣାଳଙ୍କର ଜବତ କରାଯାଇଛି। ଭୋଟରଙ୍କୁ ପ୍ରଭାବିତ କରିବାକୁ ଏହା ଉଦ୍ଦିଷ୍ଟ ଥିବା ଇସି କହିଛନ୍ତି। ଏଭଳି ବେଆଇନ କାରବାର ରୋକିବାକୁ ପଶ୍ଚିମବଙ୍ଗରେ ୫୦୧୧ ଏବଂ ତାମିଲନାଡୁୁରେ ୨୭୨୮ ଫ୍ଲାଇଙ୍ଗ ସ୍କ୍ବାଡ୍‌ ମୁତୟନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ