Sunday, October 4, 2026
24.3 C
Odisha

    ଜମ୍ମୁ-କାଶ୍ମୀରରେ ହେବ ମେଣ୍ଟ ସରକାର, ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଜମ୍ମୁ-କଶ୍ମୀରରେ ହେବ ମେଣ୍ଟ ସରକାର। ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏନେଇ ଏନସି ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ଘୋଷଣା କରିଛନ୍ତି। ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭା ଆସନରେ ସରକାର ଗଢିବା ଲାଗି ମ୍ୟାଜିକ ନମ୍ବର ହେଉଛି ୪୬। ଏନସି ଏଠାରେ ୫୨ସିଟରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ୨୭ଟି ସିଟ୍‌‌ ପାଇଛି। ସେହିପରି ପିଡିପି ୨ଟି ସିଟରେ ଆଗୁଆ ରହିଥିବା ବେଳେ ଅନ୍ୟ ସ୍ୱାଧୀନ ଦଳ ୯ଟି ସିଟରେ ଆଗୁଆ ରହିଛନ୍ତି। ଆପ୍ ଗୋଟିଏ ଆସନରେ ବିଜୟୀ ହୋଇଛି।

    ଶ୍ରୀନଗରରେ ଏନସିର ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୧୦ବର୍ଷ ପରେ ଲୋକଙ୍କ ମତ ସ୍ପଷ୍ଟ ହୋଇଛି। ଏଠାରେ ଘୃଣାର ବାତାବରଣ ଦୂର କରି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ଲାଗି ମେଣ୍ଟ ସରକାର ଉଦ୍ୟମ କରିବେ ବୋଲି ଫାରୁକ କହିଛନ୍ତି। ଜାମ୍ମୁ-କଶ୍ମୀର ଲୋକଙ୍କ ମତ ଆମ ପ୍ରତି ପୂର୍ବରୁ ଥିଲା ଏବଂ ଏବେ ଏହା ଅଧିକ ସ୍ପଷ୍ଟ ହୋଇଛି ବୋଲି ଫାରୁକ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଜାମ୍ମୁ-କଶ୍ମୀର ନିର୍ବାଚନରେ ପିଡିପି ଶୌଚନୀୟ ପ୍ରଦର୍ଶନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ