Monday, March 10, 2025
18.3 C
Odisha

    ଜର୍ମାନୀର ମାଗ୍‌ଡେବର୍ଗରେ ଦୁର୍ଘଟଣା: ଖ୍ରୀଷ୍ଟମାସ୍‌ ବଜାରର ଅଘଟଣରେ ୨ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜର୍ମାନୀର ମାଗ୍‌ଡେବର୍ଗରେ ଦୁର୍ଘଟଣା। ଖ୍ରୀଷ୍ଟମାସ୍‌ ବଜାରରେ ବଡ଼ ଅଘଟଣ । ଦ୍ରୁତଗତିରେ କାର୍‌ ଆସି ଖ୍ରୀଷ୍ଟମାସ ବଜାରରେ ଥିବା ଭିଡ଼ ଉପରେ ଚଢିଗଲା । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ସାଉଦୀର ଜଣେ ୫୦ ବର୍ଷୀୟ ଡାକ୍ତରଙ୍କୁ ଗିରଫ କରିଛି ଜର୍ମାନୀ ପୋଲିସ । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଅଭିଯୁକ୍ତ ଡାକ୍ତର ଦୁଇ ଦଶନ୍ଦୀ ଧରି ଜର୍ମାନୀରେ ରହି ଆସୁଥିବାବେଳେ ଆତଙ୍କ ଖେଳାଇବା ପାଇଁ ଏଭଳି ଘଟାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।
    ଖ୍ରୀଷ୍ଟମାସ ପାଇଁ ଏକ ଅସ୍ଥାୟୀ ବଜାର ଲାଗିଥିଲା । ସେହି ବଜାରରେ ଗାଡ଼ି ଚଳାଚଳ ଉପରେ କଟକଣା ଥିବାବେଳେ ଡାକ୍ତର ଜଣକ ଦ୍ରୁତ ଗତିରେ ନିଜ କାରକୁ ଭିଡ଼ ଉପରେ ଚଢ଼ାଇଦେଇଥିଲେ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ତେବେ ଅଭିଯୁକ୍ତ ଡାକ୍ତରଙ୍କ କାରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ଜର୍ମାନୀ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.3 ° C
    18.3 °
    18.3 °
    74 %
    2.1kmh
    0 %
    Mon
    36 °
    Tue
    37 °
    Wed
    39 °
    Thu
    41 °
    Fri
    42 °

    ସମ୍ବନ୍ଧିତ