Monday, September 28, 2026
29.4 C
Odisha

    ଜଲଗାଓଁ ଦୁର୍ଘଟଣା: କାହିଁକି ଟ୍ରେନରୁ ଓହ୍ଲାଇପଡ଼ି ଧାରଣାକୁ ଆସିଥିଲେ ଯାତ୍ରୀ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଆଜି ଅପରାହ୍ନରେ ମହାରାଷ୍ଟ୍ର ଜଲଗାଁଓରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ଅଗ୍ନିକାଣ୍ଡ ଗୁଜବ ପରେ ଯାତ୍ରୀମାନେ ଭୟରେ ପୁଷ୍ପକ ଏକ୍ସପ୍ରେସରୁ ଡେଇଁ ପଡ଼ିଥିଲେ ଏବଂ ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କୁ ଚାପି ଦେଇଥିଲା। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି।

    ଏପର୍ଯ୍ୟନ୍ତ ତଦନ୍ତରେ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରେକ୍ ବାଇଣ୍ଡିଂ ଯୋଗୁଁ ଚତୁର୍ଥ ଜେନେରାଲ୍ କମ୍ପାର୍ଟମେଣ୍ଟରେ ପୁଷ୍ପକ ଏକ୍ସପ୍ରେସର ଇଞ୍ଜିନରୁ ଧୂଆଁ ବାହାରିଥିଲା। ଆଉ ଏକ ଗୁଜବ ପ୍ରଚାର ହୋଇଥିଲା ଯେ ଟ୍ରେନରେ ନିଆଁ ଲାଗିଯାଇଛି | ପରେ କିଛି ଲୋକ ଚେନ ଟାଣିଦେଇଥିଲେ ଆଉ ଟ୍ରେନ ଅଟକିଯାଇଥିଲା | ଏହା ପରେ କିଛି ଯାତ୍ରୀ ଓହ୍ଲାଇ ଟ୍ରାକ ଉପରେ ଚାଲିଆସିଲେ। ଏହି ସମୟରେ ସେହି ଟ୍ରାକରେ କର୍ଣ୍ଣାଟକ ଏକ୍ସପ୍ରେସ ଆସୁଥିଲା ଓ ଏହାର ଧକ୍କାରେ ଜୀବନ ଚାଲିଯାଇଥିଲା |

    ଏହି ଦୁର୍ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମହାରାଷ୍ଟ୍ରର ଜଲଗାଁଓରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ କଥା ହୋଇ ଦୁର୍ଘଟଣା ବିଷୟରେ ସୂଚନା ପାଇଲି। ସ୍ଥାନୀୟ ପ୍ରଶାସନ ଆହତମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।

    ଜଲଗାଁଓରେ ହୋଇଥିବା ଦୁର୍ଘଟଣା ବିଷୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ କହିଛନ୍ତି ଯେ ଜଲଗାଁଓ ଜିଲ୍ଲାର ପଚୋରା ନିକଟରେ ଦୁର୍ଭାଗ୍ୟଜନକ ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ମୁଁ ତାଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୋର ସହଯୋଗୀ ମନ୍ତ୍ରୀ ଗିରିଶ ମହାଜନ ଏବଂ ପୁଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଜିଲ୍ଲାପାଳ ମଧ୍ୟ ଖୁବ୍ ଶୀଘ୍ର ସେଠାରେ ପହଞ୍ଚିବେ। ସମଗ୍ର ଜିଲ୍ଲା ପ୍ରଶାସନ ରେଳ ପ୍ରଶାସନ ସହିତ ସମନ୍ୱୟ ରଖି କାର୍ଯ୍ୟ କରୁଛି ଏବଂ ଆହତମାନଙ୍କ ଚିକିତ୍ସା ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଉଛି। ୮ଟି ଆମ୍ବୁଲାନ୍ସ ପଠାଯାଇଛି। ଆହତଙ୍କ ଚିକିତ୍ସା ପାଇଁ ଜେନେରାଲ ହସ୍ପିଟାଲ ସହିତ, ନିକଟସ୍ଥ ଅନ୍ୟାନ୍ୟ ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଗ୍ଲାସ୍ କଟର, ଫ୍ଲଡ୍ ଲାଇଟ୍ ଇତ୍ୟାଦି ଜରୁରୀକାଳୀନ ବ୍ୟବସ୍ଥାକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଆମେ ସମଗ୍ର ପରିସ୍ଥିତି ଉପରେ ନଜର ରଖୁଛୁ ଏବଂ ତୁରନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ