Monday, September 28, 2026
29.4 C
Odisha

    ଅଭିଷେକଙ୍କ ଧୂଆଁଧାର ବ୍ୟାଟିଂ: ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

    ଆଗକୁ ପଢନ୍ତୁ

    କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଟିମ୍ ଇଣ୍ଡିଆ ୭ ୱିକେଟରେ ଜିତିଛି। କୋଲକାତାରେ ଖେଳାଯାଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଟିମ୍ ଇଣ୍ଡିଆ ୩ୱିକେଟ ହରା ୧୨.୫ ଓଭରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିଲା।ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ପକ୍ଷରୁ ଜୋସ୍ ବଟଲର୍ ଦଳ ପାଇଁ ଅଧିନାୟକ ଇନିଂସ ଖେଳିଥିଲେ। ସେ ୮ଚୌକା ଓ ୨ ଛକା ସହାୟତାରେ ୬୮ ରନ ସ୍କୋର କରିଥିଲେ। ହ୍ୟାରି ବ୍ରୁକ୍ ୧୭ରନ୍‌ର ଏକ ଇନିଂସ ଖେଳିଥିଲେ।

    ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ସାମ୍ନାରେ ବିଶେଷ କିଛି କରିପାରି ନଥିଲେ। ୧୨ ରନ୍ ସ୍କୋର କରିବା ପରେ ଜୋଫର ଆର୍ଚର ଆଉଟ୍ ହୋଇଥିଲେ। ୮ ରନ୍ ସ୍କୋର କରି  ଆଦିଲ ରସିଦ ଅପରାଜିତ ରହିଥିଲେ। ଧାର୍ଯ୍ୟ ୨୦ ଓଭରରେ ଇଂଲଣ୍ଡ ଦଳ ୧୩୨ ରନ୍ ସ୍କୋର କରି ଅଲଆଉଟ୍ ହୋଇଥିଲା।ଭାରତ ପାଇଁ ଅର୍ଶଦୀପ ସିଂ ଏବଂ ବରୁଣ ଚକ୍ରବର୍ତ୍ତୀ ଚମତ୍କାର ବୋଲିଂ କରିଥିଲେ। ଚକ୍ରବର୍ତ୍ତୀ ୪ ଓଭରରେ ୨୩ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଅର୍ଶଦୀପ ଏବଂ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୨ଟି ୱିକେଟ୍ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ