ବଲାଙ୍ଗିର : ଜଳିଗଲେ ମହିଳା ସ୍ବାସ୍ଥ୍ୟକର୍ମୀ । ଉଦ୍ଧାର କରିବାକୁ ଯାଇ ସ୍ବାମୀ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ଶୋଇଥିବା ବେଳେ ହଠାତ୍ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା । କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି । ମୃତକ ହେଲେ ଦମୟନ୍ତୀ ବାରିକ । ତାଙ୍କ ସ୍ବାମୀଙ୍କୁ ଚିକିତ୍ସା ପାଇଁ ବାଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ପାଇ ଗାଁ ଲୋକେ ଦେଓଗାଁ ପୋଲିସକୁ ସୂଚନା ଦେଇଥିଲେ। ତେବେ ଏହାଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଗାଁ ଲୋକେ ସନ୍ଦେହ କରୁଛନ୍ତି । କାରଣ ଘରର ଅନ୍ୟ ଆସବାସ ପତ୍ରରେ ନିଆଁଲାଗି ନଥିବାରୁ ସ୍ବାସ୍ଥ୍ୟକର୍ମୀ କିଭଳି ଜଳିଲେ, ତାହାକୁ ନେଇ ପ୍ରଶ୍ନ ଛିଡା ହୋଇଛି । ପୋଲିସ ପହଞ୍ଚି ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ।
