ଡ୍ରାଏ ଫ୍ରୁଟ୍ସ ବା ଶୁଖିଲା ଫଳରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଥିବା ଆମେ ସମସ୍ତେ ଜାଣନ୍ତି । ଅଧିକାଂଶ ଲୋକେ ମଧ୍ୟ ଡ୍ରାଏ ଫ୍ରୁଟ୍ସ ଖାଇଥାନ୍ତି । ଡ୍ରାଏ ଫ୍ରୁଟ୍ସକୁ ଖାଇବା ଦ୍ୱାରା ବ୍ରେନ ପାଓ୍ୱାର ବଢ଼ିବା ସହ ଫେସ୍ ମଧ୍ୟ ଗ୍ଲୋ କରିଥାଏ । ଏଥିପାଇଁ ଡ୍ରାଏ ଫ୍ରୁଟ୍ସ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇଥାଏ । ବିଶେଷ କରି ଶୀତଦିନରେ ଡ୍ରାଏ ଫ୍ରୁଟ୍ସ ଖାଇବା ସ୍ୟାସ୍ଥ୍ୟ ପାଇଁ ବେସ୍ ଲାଭଦାୟକ ହୋଇଥାଏ । ଅନେକ ଡ୍ରାଏ ଫ୍ରୁଟ୍ସ ରହିଛି ସେଥି ମଧ୍ୟରୁ ଅଖରୋଟ ଅନ୍ୟତମ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ । ଅଖରୋଟରେ ଭିଟାମିନ୍, ଓମେଗା-3 , ଆଣ୍ଟିଅକ୍ସିଡାଣ୍ଟ, ଫାଇବର, କ୍ୟାଲସିୟମ ଏବଂ ପୋଟାସିୟମ ଭଳି ବହୁ ପରିମାଣରେ ଉପାଦାନ ରହିଥାଏ । ତେବେ ଅଖରୋଟ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭ ଦାୟକ ହେବ, ଆସନ୍ତୁ ଜାଣିବା ।
ହେଲ୍ଥ ଏକ୍ସପର୍ଟସଙ୍କ କହିବା ଅନୁସାରେ, ପ୍ରତିଦିନ ଦୁଇଟି ଅଖରୋଟ୍ ଖାଇବା ଦ୍ବାରା ମାନସିକ ଅବସାଦ ନହୋଇ ବରଂ ମନରେ ସ୍ଥିରତା ଆସିବା ସହ କ୍ୟାନ୍ସରର ବିପଦ ବି ହ୍ରାସ ପାଏ । କ୍ୟାନ୍ସର ଭଳି ଘାତକ ରୋଗରୁ ନିଜକୁ ସୁରକ୍ଷିତ ରଖିବାକୁ ପ୍ରତିଦିନ ଅଖରୋଟ୍ ଖାଇବା ଏକ ବେଷ୍ଟ ଅପ୍ସନ । ଏକ୍ସପର୍ଟସଙ୍କ ମୁତାବକ, ପ୍ରତିଦିନ ଦୁଇଟି ଲେଖାଏଁ ଭିଜା ଅଖରୋଟ ଖାଇଲେ କ୍ୟାନ୍ସରର ବିପଦ ଅନେକ ମାତ୍ରାରେ ହ୍ରାସ ପାଏ । ତେଣୁ ଅଖରୋଟକୁ ଡେଲି ଡାଏଟରେ ସାମିଲ କରିବାକୁ ଭୁଲନ୍ତୁନାହିଁ ।
କେବଳ କ୍ୟାନ୍ସର ନୁହେଁ, ଅଖରୋଟରେ କ୍ୟାଲସିୟମ୍ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ପ୍ରତିଦିନ ୨୫ ଗ୍ରାମ ଅଖରୋଟ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରୁହେ । ଏହାସହ କୋରୋନାରୀ ଆର୍ଟରି ଡିଜିଜ୍ ଏବଂ ଷ୍ଟ୍ରୋକର ଆଶଙ୍କା ବି କମିଯାଏ ।
ଅଖରୋଟରେ ଓମେଗା -୩, ଫ୍ୟାଟି ଏସିଡର ମାତ୍ରା ଅଧିକ ମାତ୍ରାରେ ଥିବାରୁ ମାନସିକ ଅବସାଦକୁ କମାଇଥାଏ । ଏହାସହ ମାନସିକ କ୍ଷମତା ବି ବୃଦ୍ଧି ପାଏ । ପିଲାମାନଙ୍କୁ ବି ଅଖରୋଟ ପ୍ରତିଦିନ ଖାଇବାକୁ ଦେବା ଦରକାର । ମହିଳାମାନେ ଗର୍ଭବତୀ ଥିବା ସମୟରେ ପ୍ରତିଦିନ ଅଖରୋଟ୍ ଖାଇଲେ ଗର୍ଭସ୍ଥ ଶିଶୁର ମାନସିକ ବିକାଶ ବେଶ୍ ଭଲ ହୋଇଥାଏ ।
ଆଜିକାର ଧାଁଦୌଡ ଭିତରେ ଅନେକ ଥକିଯିବା ଭଳି ସମସ୍ୟା ସାମାନ୍ୟ ହେଲାଣି । ଯଦି ଆପଣ ବି ଏଭଳି ସମସ୍ୟା ଭୋଗୁଛନ୍ତି ତାହେଲେ ଆଜିଠୁ ହିଁ ଅଖରୋଟ ଖାଇବା ଆରମ୍ଭ କରିଦିଅନ୍ତୁ । ଭିଜା ଅଖରୋଟ ଖାଇବା ଦ୍ବାରା ଶରୀରରେ ମେଲାଟୋନିନ୍ ହର୍ମୋନ୍ ତିଆରି ହୁଏ, ଯାହା ଭଲ ନିଦ ପାଇଁ ମଧ୍ୟ ବେଶ୍ ସହାୟକ ହୋଇଥାଏ ।
ଏହାସହ ଅଖରୋଟରେ ଭିଟାମିନ୍ ବି -୭ ମାତ୍ରା ପ୍ରଚୂର ଥିବାରୁ କେଶମୂଳ ମଜଭୂତ ହେବା ସହ କେଶର ଝଡ଼ିବା ବନ୍ଦ ହେବା ସହ କେଶ ମୁଲାୟମ୍ ଓ ଘନ ହୋଇଥାଏ । ତାହେଲେ ଆଉ ଡେରି କାହିଁକି । ମାତ୍ର ଦୁଇଟି ଅଖରୋଟ ଯଦି ଆପଣଙ୍କୁ ଏତେସବୁ ଉପାୟରେ ଫିଟ ରଖେ ତେବେ ଏହାକୁ ନିଶ୍ଚୟ ଭାବରେ ନିଜ ସକାଳ ଖାଇବା ଲିଷ୍ଟରେ ସାମିଲ କରନ୍ତୁ ।

