Saturday, February 22, 2025
20.1 C
Odisha

    ଜାଣନ୍ତୁ ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ: ଲକ୍ଷ୍ୟ ଅତିଶୀଘ୍ର ପୂରା କରିବା ପାଇଁ ବିଚାର କରିବେ। କୌଣସି କାମ ପାଇଁ ଯାତ୍ରା ଲାଭପ୍ରଦ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

    ବୃଷ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ହୋଟେଲ ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭ ହେବ। ଉଭୟ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ବାପାଙ୍କର ସହଯୋଗ ପାଇବେ। ସୁସ୍ଥ ଅନୁଭବ କରିବେ।

    ମିଥୁନ: ବହୁ ବର୍ଷରୁ ଆଶା ରଖିଥିବା ସଫଳତା ଅଚାନକ ହାସଲ କରିବେ। କାର୍ଯ୍ୟକ୍ଷେତ୍ରରେ ଲୋକମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଟ୍ରାଭେଲ ଏଜେନ୍‌ସି ବ୍ୟବସାୟରେ ଉନ୍ନତି ହେବ।

    କର୍କଟ: ଜରୁରୀ କାମରେ ଭଉଣୀଙ୍କର ସହଯୋଗ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ନିଜର ଯୋଜନା ନେଇ ଗୋପନୀୟତା ବଜାୟ ରଖନ୍ତୁ।

    ସିଂହ: ଦୀର୍ଘ ଦିନରୁ ଅଧୁରା ଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବାପା ମାଆଙ୍କ ସହିତ କୌଣସି ବନ୍ଧୁ ଘରକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ।

    କନ୍ୟା: ନୂଆ କାମ କରିବା ସମୟରେ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାଥୀମାନଙ୍କ ସହିତ ସମୟ କଟାଇବେ।

    ତୁଳା: ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ। ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କିଛି ଲୋକ ଆପଣଙ୍କୁ ନିଜ କାମରେ ସାହାଯ୍ୟ ମାଗି ମାଗିବେ। ସ୍ବାସ୍ଥ୍ୟରେ ସୁଧାର ହେବ।
    ବିଛା: ନୂଆ ଲୋକଙ୍କ ସହିତ ଟିକେ ସମ୍ଭାଳି କରି ରହନ୍ତୁ। କାମ ନେଇ ବଡ଼ଙ୍କ ଠାରୁ ପରାମର୍ଶ ନିଅନ୍ତୁ, ଭଲ ହେବ। ଅଫିସରେ ସହକର୍ମୀ ଆପତ୍ତି କରିପାରନ୍ତି।

    ଧନୁ: କ୍ୟାରିଅର୍‌ରେ ଆପଣଙ୍କ ସହିତ କିଛି ଭଲ ହେବ। ବିଶେଷ କାମ ଆଡ଼କୁ ଆପଣଙ୍କର ଆକର୍ଷଣ ବଢ଼ିପାରେ। ବ୍ୟବସାୟରେ ଲାଭର ଯୋଗ ଅଛି। ବଡ଼ ଡିଲ୍‌ରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ।

    ମକର: ସକାରାତ୍ମକ ଚିନ୍ତା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ପ୍ରକାର ଆଇନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ପରିବାର ଲୋକଙ୍କ ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବେ।

    କୁମ୍ଭ: ଜୀବନକୁ ଆହୁରି ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ସନ୍ତାନ ଆପଣଙ୍କୁ ମନର କଥା କହିପାରନ୍ତି। ସାଥୀଙ୍କ ସହ ଭଲ ବୁଝାମଣା ରହିବ।

    ମୀନ: ଭଲ ଖବର ପାଇବେ। ଅଫିସରେ ନୂଆ କାମ ପୂରା କରି ଖୁସି ହେବେ। ବାପାମାଆଙ୍କ ସହିତ କୌଣସି ସମାରୋହକୁ ଯାଇପାରନ୍ତି। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତି ଉନ୍ନତି ପାଇଁ ନୂଆ ଅବସର ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.1 ° C
    20.1 °
    20.1 °
    86 %
    2.1kmh
    0 %
    Fri
    20 °
    Sat
    35 °
    Sun
    34 °
    Mon
    35 °
    Tue
    36 °

    ସମ୍ବନ୍ଧିତ