Saturday, October 3, 2026
22.1 C
Odisha

    ଜାଣନ୍ତୁ, କାହିଁକି କାରାଯାଏ ନାହିଁ ଜଗତର ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ପୂଜା

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ତ’ ପୂଜା କରାଯାଇଥାଏ କିନ୍ତୁ ବ୍ରହ୍ମାଙ୍କର ପୂଜା କରାଯାଏ ନାହିଁ । ଯେତେବେଳେ କି’ ଏହି ବିଶ୍ବର ସୃଷ୍ଟି ବ୍ରହ୍ମା ହିଁ କରିଛନ୍ତି । ଭଗବାନ ବ୍ରହ୍ମା ସନାତନ ଧର୍ମ ଅନୁସାରେ ସୁଜନଙ୍କ ଦେବତା ଅଟନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ତିନି ଭଗବାନଙ୍କ ମଧ୍ୟରେ ଶେଷ୍ଠ ବୋଲି କୁହାଯାଇଛି ।

    ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା, ବିଷ୍ଣୁ ହେଉଛନ୍ତି ପାଳନ କର୍ତ୍ତା ଏବଂ ଶିବ ହେଉଛନ୍ତି ସଂହାର କର୍ତ୍ତା । ପୁରାଣରେ ବ୍ରହ୍ମାଙ୍କର ବର୍ଣ୍ଣନା କରାଯାଇଛିକି, ତାଙ୍କର ଚାରୋଟି ମୁହଁ ଯାହା ଚାରି ଦିଗକୁ ଦେଖିଥାଏ । ଚାରି ବେଦର ନିର୍ମାତା ମଧ୍ୟ ବ୍ରହ୍ମା ଅଟନ୍ତି ବୋଲି କୁହାଯାଇଛି । ଏତେ ସବୁ ପରେ ମଧ୍ୟ ବ୍ରହ୍ମାଙ୍କର ପୂଜା କରାଯାଇ ନଥାଏ । ତ’ଆସନ୍ତୁ ଆଜି ଆମେ ଆପଣଙ୍କ ଏହା ପଛରେ ଲୁଚି ରହିଖିବା କାରଣ ସଂପର୍କରେ କହିବୁ କାହିଁକି ବ୍ରହ୍ମାଙ୍କର ପୂଜା କରାଯାଇ ନଥାଏ ।

    ବ୍ରହ୍ମା ସୃଷ୍ଟିର ନିର୍ମାଣ କରିବା ପରେ ଦେବୀ ସରାସ୍ବତୀଙ୍କୁ ସୃଷ୍ଟି କରିଥିଲେ । ସରସ୍ବତୀଙ୍କୁ ସୃଷ୍ଟି କରିସାରିବା ପରେ ବ୍ରହ୍ମା ତାଙ୍କ ସୁନ୍ଦରତା ଉପରେ ମୋହିତ ହୋଇଗଲେ । ସରସ୍ବତୀ ବ୍ରହ୍ମାଙ୍କ ସହିତ ଶାରୀରିକ ସଂମ୍ବନ୍ଧ ରଖିବାକୁ ଚାହୁଁ ନଥଲେ ତେଣୁ ସେ ନିଜର ରୂପକୁ ବଦଳାଇ ଦେଲେ । କିନ୍ତୁ ବ୍ରହ୍ମା ହାର ମାନିଲେ ନାହିଁ । ଶେଷରେ ସରସ୍ବତୀ ରାଗିକି’ ବ୍ରହ୍ମାଙ୍କୁ ଅଭିଶାପ ଦେଲେ ’’ ଦୁନିଆର ନିର୍ମାଣ କରିବା ପରେ ମଧ୍ୟ ତାଙ୍କର ପୂଜା କରାଯିବ ନାହିଁ, କାହିଁକି ନା, ସେ ପୂଜାର ଯୋଗ୍ୟ ନୁହଁନ୍ତି’’ ଏହି କାରଣ ପାଇଁ ମଧ୍ୟ ବ୍ରହ୍ମାଙ୍କର ପୂଜା କରାଯାଏ ନାହିଁ ।

    ଏକଦା, ବ୍ରହ୍ମା ଏବଂ ଭଗବାନ ବିଷ୍ଣୁଙ୍କ ମଧ୍ୟରେ ଯୁକ୍ତି ତର୍କ ବଢିଗଲା କି ଦୁଇ ଜଣଙ୍କ ମଧ୍ୟରେ ବଡ କିଏ ? । ବ୍ରହ୍ମା ଦୁନିଆକୁ ସୃଷ୍ଟି କରିଥିବାରୁ ନିଜକୁ ଶ୍ରେଷ୍ଠ ବୋଲି ଦାବି କରିଥିଲେ ଏବଂ ଭଗବାନ ବିଷ୍ଣୁ ପୂରା ସୃଷ୍ଟିକୁ ପାଳନା କରୁଥିବା ଅର୍ଥରେ ଶ୍ରେଷ୍ଠ ବୋଲି କହୁଥିଲେ । ସେହି ସମୟରେ ଏକ ବିରାଟ ଲିଙ୍ଗ ପ୍ରକ୍କଟ ହେଲା । ଦୁଇ ଦେବତା ମିଶି ଏହା ନିଶ୍ଚିତ କଲେ କି ଯିଏ ଏହି ଲିଙ୍ଗର ମୂଳ ପ୍ରଥମେ ଖୋଜକି ବାହାର କରିବ ସେ ସର୍ବଶ୍ରେଷ୍ଠ ।

    ଦୁହେଁ ବିପରିତ ଦିଗରେ ଶିବ ଲିଙ୍ଗର ମୂଳ ଖୋଜିବାକୁ ବାହାରିଲେ । ମୂଳ ନପାଇ ପାରିବା କାରଣରୁ ଭଗବାନ ବିଷ୍ଣୁ ଫେରି ଆସିଲେ । ବ୍ରହ୍ମା ମଧ୍ୟ ଅସଫଳ ହୋଇଥିଲେ କିନ୍ତୁ ଫେରିଆାସିବା ପରେ ବିଷ୍ଣୁଙ୍କୁ ବ୍ରହ୍ମା କହିଲେ ସେ ଲିଙ୍ଗର ମୂଳ ଯାଏ ପଂହଚି ଯାଇଥିଲେ । ସେ କେତକୀ ଫୁଲକୁ ଏହି କଥାର ସାକ୍ଷୀ କଲେ ।

    ବ୍ରହ୍ମା ଅସତ୍ୟ କହିବା କାରଣରୁ ଶିବ ସେଠାରେ ପ୍ରକ୍କଟ ହେଲେ ଏବଂ ବ୍ରହ୍ମାଙ୍କର ଗୋଟିଏ ମୁଣ୍ଡ କାଟିଦେଲେ ଏହା ସହିତ କେତକୀ ଫୁଲକୁ ଅଭିଶାପ ଦେଲେକି’ ପୂଜାରେ କେବେ ବି କେତକୀ ଫୁଲର ବ୍ୟବହାର କରାଯିବ ନାହିଁ କି ବ୍ରହ୍ମାଙ୍କର ପୂଜା ମଧ୍ୟ କରାଯିବ ନାହିଁ । ଏହି କାରଣରୁ ବ୍ରହ୍ମାଙ୍କର ପୂଜା କରାଯାଏ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.1 ° C
    22.1 °
    22.1 °
    84 %
    1.2kmh
    34 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ