Tuesday, March 17, 2026
23.4 C
Odisha

    ଜାଣନ୍ତୁ କେବେ ପଡିବ କାମଦା ଏକାଦଶୀ, କ’ଣ ରହିଛି ଶୁଭ ସମୟ

    ଆଗକୁ ପଢନ୍ତୁ

    ପ୍ରତ୍ୟେକ ମାସରେ ଦୁଇଟି ଏକାଦଶୀ ବ୍ରତ ପଡିଥାଏ । ଗୋଟିଏ କୃଷ୍ଣ ପକ୍ଷ  ଏବଂ ଅନ୍ୟଟି ଶୁକ୍ଳ ପକ୍ଷରେ ପାଳନ କରାଯାଏ । ମାର୍ଚ୍ଚ ମାସର କୃଷ୍ଣ ପକ୍ଷରେ ପଡୁଥିବା ଏକାଦଶୀ ତିଥିକୁ ପାପମୋଚିନୀ ଏକାଦଶୀ ବ୍ରତ ପାଳନ କରାଯାଏ । ସେହିପରି ଚୈତ୍ର ଶୁକ୍ଳ ପକ୍ଷ ଏକାଦଶୀକୁ କାମଦା ଏକାଦଶୀ ରୂପେ ମାନାଯାଇଥାଏ । କାମଦା ଏକାଦଶୀ ପାଳନ କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ମାର୍ଚ୍ଚ ମାସରେ କେବେ ଏବଂ କେଉଁ ସମୟରେ କାମଦା ଏକାଦଶୀ ପାଳନ କରିବା ଶୁଭଦାୟକ ହେବ ଜାଣିବା ।

    ଚୈତ୍ର ମାସ କୃଷ୍ଣ ପକ୍ଷର ଏକାଦଶୀ ତିଥି ମାର୍ଚ୍ଚ ୨୮ ତାରିଖ ସକାଳ ୮ଟା୪୫ରେ ଆରମ୍ଭ ହୋଇ ୨୯ ମାର୍ଚ୍ଚ ୭ ଟା ୪୭ ସୁଦ୍ଧା ଏହି ବ୍ରତ ଶେଷ ହେବ । କାମଦା ଏକାଦଶୀର ପରାଣ ଦ୍ବିତୀୟ ଦିନ ଅର୍ଥାତ୍ ମାର୍ଚ୍ଚ ୩୦ ତାରିଖରେ ସୂର୍ଯ୍ୟୋଦୟ ପରେ କରାଯିବ । କାମଦା ଏକାଦଶୀର ପରାଣ ପାଇଁ ଶୁଭ ସମୟ ସକାଳ ୬ ଟା୩୪ରୁ ଆରମ୍ଭ ହୋଇ୭ ଟା ୯ରେ ଶେଷ ହେବ । ଦ୍ବାଦଶୀ ତିଥି ଶେଷ ହେବା ପୂର୍ବରୁ ଏକାଦଶୀ ଉପବାସ ଭାଙ୍ଗିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିଶ୍ବାସ କରାଯାଏ । ଯଦି ଦ୍ବାଦଶୀ ତିଥି ସୂର୍ଯ୍ୟୋଦୟ ପୂର୍ବରୁ ଶେଷ ହୁଏ ତେବେ ସୂର୍ଯ୍ୟୋଦୟ ପରେ ହିଁ ଏକାଦଶୀ ଉପବାସ ଭାଙ୍ଗିଥାଏ । ଦ୍ବାଦଶୀ ତିଥିରେ ଉପବାସ ଭାଙ୍ଗିବା ପାପ କରିବା ସହିତ ସମାନ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    43 %
    1.4kmh
    100 %
    Tue
    36 °
    Wed
    37 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ