Tuesday, September 29, 2026
23.8 C
Odisha

    ଜାଣନ୍ତୁ ପିଲାଙ୍କ ନାମକରଣ ୯ଟି କଥା

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ନା କିଛି ରୀତିନୀତି ପାଳନ କରଯାଇଥାଏ । ଶିଶୁଟିଏ ଜନ୍ମ ନେଲେ ପ୍ରଥମେ ତାହାର ନାମକରଣ ହୋଇଥାଏ, ଏହା ତାର ପ୍ରଥମ ସଂସ୍କାର କୁହାଯାଏ । ସେହିପରି ବିବାହ, ବ୍ରତ ଓ ଅନାନ୍ୟ କର୍ମରେ ବିଭିନ୍ନ ସଂସ୍କାର କରାଯାଇଥାଏ ଓ ଶେଷରେ ମୃତ୍ୟୁ ପରେ ଅନ୍ତିମ ଅନ୍ତିମ ସଂସ୍କାର କରାଯାଇଥାଏ ।

    ସନ୍ତାନ ଜନ୍ମ ହେବା ପରେ ପ୍ରଥମେ ପିତାମାତା କ’ଣ କରବା ଉଚିତ। ତେବେ ଶିଶୁର ନାମକରଣ ବେଳେ ତରବରିଆ ହେବା ଉଚିତ ନୁହେଁ। ନାମକରଣ ବିଧିରେ ହିଁ ଶିଶୁର ନାମ ରଖିବା ଉଚିତ୍। ଏପରି କରିବା ଦ୍ୱାରା ପିଲାକୁ ଆଗାମୀ ଜୀବନରେ ଦୁର୍ଭାଗ୍ୟର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

    1. ଶିଶୁର ନାମକରଣ କରିବା ସମୟରେ ଧ୍ୟାନ ରଖନ୍ତୁ ଯେ ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ତାଙ୍କର ନାମ ରଖିବା ଉଚିତ ନୁହେଁ।

    2. ସେହିପରି ଚତୁର୍ଥୀ ତିଥି, ନବମୀ ତିଥି, ଚତୁର୍ଦ୍ଦଶୀ ତିଥି ଓ ଚତୁର୍ଥୀ ତିଥିରେ ଶିଶୁର ନାମକରଣ କରିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ।

    3. ଯଦି ଆପଣ ଶିଶୁର ନାମ ରଖିବା ପାଇଁ ତାରିଖ ବାଛିବାକୁ ଚାହୁଁଛନ୍ତି ତେବେ ୧, ୨, ୩, ୫, ୬, ୭, ୧୦, ୧୧, ୧୨, ୧୩ ତାରିଖରେ ନାମକରଣ ହୋଇପାରିବ।

    4. କୁଳଦେବୀ ବା ଦେବତାଙ୍କ ନାମରେ ଶିଶୁର ନାମକରଣ କରିବା ଶୁଭ ବୋଲି ବିବେଚନା କରାଯାଏ।

    5. ଗ୍ରହମାନଙ୍କର ନକ୍ଷତ୍ର, ଦିଗ, ତାରିଖ କୁ ଦେଖି ଶିଶୁର ନାମ ରଖାଯାଇଥାଏ। ଏହାକୁ ଆଧାର କରି ରାଶିଫଳ ମଧ୍ୟ ପ୍ରସ୍ତୁତ କରାଯାଇ ଥାଏ। ଏହାପରେ ହିଁ ଶିଶୁର ନାମ କରଣ କରାଯାଏ।

    6. ଶିଶୁର ନାମକରଣ ଦିନ ହୋମର ଆୟୋଜନ କରାଯିବା ଉଚିତ୍। ଏହା ସହିତ ବ୍ରାହ୍ମଣମାନଙ୍କୁ ଖାଦ୍ୟ ଦେବା ଉଚିତ୍। ନାମକରଣ ଦିନ ପିଲାଙ୍କୁ ସୂର୍ଯ୍ୟ ଦର୍ଶନ କରାଇଦିଅନ୍ତୁ।

    7. ଏହାପରେ ଶିଶୁର ଜେଜେବାପା ଓ ପିତା-ମାତା ତାଙ୍କ ଡାହାଣ କାନରେ ରଖାଯାଇଥିବା ନାମ ଉଚ୍ଚାରଣ କରନ୍ତି। ପୂଜା ପାଇଁ ବ୍ୟବହୃତ ଥାଳି ନୂଆ ହେବା ଉଚିତ୍।

    8. ଘରେ ସାତ୍ତ୍ୱିକ ଖାଦ୍ୟ ପ୍ରସ୍ତୁତ କରନ୍ତୁ। ତେବେ ଶିଶୁର ନାମକରଣ ସମାରୋହ ଘରେ ହେବା ଉଚିତ୍। ତେବେ ସୁବିଧା ଅନୁଯାୟୀ ମନ୍ଦିରରେ ହବନ ମଧ୍ୟ କରାଯାଇପାରିବ।

    9. ନାମକରଣ ସମାରୋହ ସମୟରେ ପୂଜା କଳସରେ ଓମ୍ ଓ ସ୍ୱସ୍ତିକଙ୍କ ପ୍ରତୀକ ତିଆରି କରନ୍ତୁ। ଶିଶୁକୁ ପୂଜା ସ୍ଥାନକୁ ଆଣିବା ପୂର୍ବରୁ ତା’ ଅଣ୍ଟାରେ ତୁଳା ବା ରେଶମର ସୂତା ବାନ୍ଧି ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ