Sunday, October 12, 2025
27.2 C
Odisha

    ଜାଣନ୍ତୁ ବେସନର ସ୍ୱାସ୍ଥ୍ୟ ଉପକାରିତା

    ଆଗକୁ ପଢନ୍ତୁ

    ବେସନକୁ ସ୍ୱାସ୍ଥ୍ୟର ଏକ ଭଣ୍ଡାର ବୋଲି କୁହାଯାଏ । ଏହା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ଏଥିରେ ଥିବା ଗୁଣ ଆମ ତ୍ବଚା ସମେତ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ବଡ଼ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ବେସନରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଭଲ ପାଇଥାଆନ୍ତି । ଖାସ୍ କରି ତ୍ବଚା ପାଇଁ ବେସନ ବେଷ୍ଟ ବୋଲି ପ୍ରମାଣିତ ହୋଇଆସୁଛି । ଯାହା ଆପଣଙ୍କୁ ଏକ ଚମକଦାର ତ୍ବଚା ପ୍ରଦାନ କରିବ ।

    ବିଶେଷ କରି ବେସନରେ ପ୍ରସ୍ତୁତ ଖାଦ୍ୟ ଗୁଜୁରାଟୀମାନଙ୍କର ଖୁବ୍ ପ୍ରିୟ ହୋଇଥାଏ । ଢୋକଲା ଗୁଜରାଟର ପ୍ରସିଦ୍ଧ ଖାଦ୍ୟ । ଏହା ସ୍ବାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଢୋକଲା ଖାଇବା ଦ୍ୱାରା ଆପଣଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ସବୁଠାରୁ ଖାସ୍‌ କଥା ହେଉଛି ଯେ, ଢୋକଲାରେ ତେଲର ବ୍ୟବହାର ହୋଇନଥାଏ । ଏଥିପାଇଁ ଢୋକଲା ଓଜନ ନିୟନ୍ତ୍ରଣ ପାଇଁ ଲାଭକାରୀ ହୋଇଥାଏ । ସେହିପରି ଭାବେ ବେସନରେ ଅନେକ ଡିସ୍ ପ୍ରସ୍ତୁତ କରାଯାଇଥାଏ । ତେବେ ଆସନ୍ତୁ ବେସନର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।

    ବେସନରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି । ଏଥିସହ ବେସନରେ ପ୍ରୋଟିନର ମାତ୍ରା ଅଧିକ ରହିଥାଏ । ଯାହା ଭେଜିଟେରିଆନ୍ସମାନଙ୍କୁ ଆବଶ୍ୟକ ଅନୁଯାୟୀ ପ୍ରୋଟିନ ଯୋଗାଇଥାଏ । ଯଦି ଆପଣ ଓଜନ କମାଇବା ପାଇଁ ଚାହିଁଥାନ୍ତି ତେବେ ବେସନକୁ ଆପଣଙ୍କ ଖାଇବା ଲିଷ୍ଟରେ ଆଡ୍ କରିପାରିବେ ।

    ଶୀତଋତୁରେ ସାଧାରଣତଃ ଆମର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରି ଦେଇଥାଏ । ସେଥିପାଇଁ ଗହମ ଅଟା ତୁଳନାରେ ବେସନ ରୁଟି ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ବେସନରେ କ୍ୟାଲୋରୀ ଏବଂ ଫ୍ୟାଟର ମାତ୍ରା କମ ରହିଥାଏ ଏବଂ ଫାଇବରର ମାତ୍ରା ଅଧିକ ରହିଥାଏ । ତେଣୁ ଏହାକୁ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ଭୋକ ନିୟନ୍ତ୍ରଣରେ କରିଥାଏ । ତେବେ ନିଜର ଓଜନକୁ କଣ୍ଟ୍ରୋଲରେ ରଖିବାକୁ ଚାହୁଁଥିଲେ ବେସନରେ ପ୍ରସ୍ତୁତ ଖାଦ୍ୟ ଆପଣଙ୍କ ଡାଏଟ୍‌ ରେ ସାମିଲ କରନ୍ତୁ ।

    ଏହା ସହିତ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ବେସନ ବେଷ୍ଟ ହୋଇଥାଏ । ଯାହା ଖାଇବା ଦ୍ବାରା ଡାଇବେଟସ ହେବାର ଆଶଙ୍କାକୁ ହ୍ରାସ କରିଥାଏ । ଏହା ଏକ ଗ୍ଲୁଟେନ୍ ମୁକ୍ତ ଖାଦ୍ୟ । ଯାହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ । ତେଣୁ ଅଧିକାଂଶ ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଡାଇବେଟିସ ରୋଗୀଙ୍କୁ ବେସନ ପ୍ରସ୍ତୁତି ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାଆନ୍ତି ।

    ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବର ଥାଏ, ଯାହା ହୃଦୟର ସ୍ୱାସ୍ଥ୍ୟକୁ ବଢ଼ାଏ । ଯାହା ଫଳରେ ହାର୍ଟ ଜନିତ ସମସ୍ୟାର ଆଶଙ୍କା ହ୍ରାସ ପାଇଥାଏ । ଏଥିରେ ଥିବା ପୋଟାସିୟମ୍ ରକ୍ତଚାପ ମଧ୍ୟ କମ୍ କରିଥାଏ । ଏହା ବ୍ୟତୀତ ଏଥିରେ ଫାଇବର ପ୍ରଚୁର ମାତ୍ରାରେ ଥାଏ । ଯାହା କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ପ୍ରଭାବଶାଳୀ ।

    ଏତିକି ନୁହେଁ ବରଂ ତ୍ବଚା ସମସ୍ୟା ପାଇଁ ଫଳପ୍ରଦ ହେଉଛି ବେସନ । ବେସନ ଫେସ୍ ପ୍ୟାକ୍ ଲଗାଇବା ଦ୍ୱାରା ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ମୁହଁରୁ ବ୍ରଣ ଦୂର କରିବା ସହ ଏକ ଗ୍ଲୋଇଂ ସ୍କିନ୍ ମଧ୍ୟ ପ୍ରଦାନ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.2 ° C
    27.2 °
    27.2 °
    69 %
    1.4kmh
    6 %
    Sun
    29 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ