Thursday, November 20, 2025
26.5 C
Odisha

    ଜାଣନ୍ତୁ ଭିଜା ଚଣା ଖାଇବାର ଆଶ୍ଚର୍ଯ୍ୟଜନକ ଫାଇଦା

    ଆଗକୁ ପଢନ୍ତୁ

    ସୁସ୍ଥ ଜୀବନଯାପନ କରିବାକୁ ସମସ୍ତେ ଚାହିଁଥାନ୍ତି । ଏଥିପାଇଁ ଲୋକେ ବହୁତ ପ୍ରକାରର କାର୍ଯ୍ୟ ମଧ୍ୟ କରିଥାନ୍ତି । କେହି କେହି ଜିମ୍ ଯାଇ ନିଜକୁ ଫିଟ୍ ରଖୁଛନ୍ତି ତ ଆଉ କେହି ମର୍ଣ୍ଣିଓ୍ବାକ୍ ଯାଇ ଫିଟ୍ ରହୁଛନ୍ତି । ଏଥିସହ ଲୋକମାନେ ଡାଏଟ୍ ମଧ୍ୟ ମେଣ୍ଟେନ୍ କରୁଛନ୍ତି । ଏହି ସବୁ କରିବା ପରେ ମଧ୍ୟ ଲୋକେ ସୁସ୍ଥ ରହିପାରନ୍ତି ନାହିଁ । ତେବେ ଆଜି ଆପଣଙ୍କୁ ଏକ ଖାଇବା ବିଷୟରେ କହିବୁ ଯାହାକୁ ଖାଇଲେ ଆପଣ ସୁସ୍ଥ ଜୀବନଯାପନ କରିପାରିବେ । ତେବେ ଆସନ୍ତୁ ସେହି ଖାଦ୍ୟ ସମ୍ପର୍କରେ ଜାଣିବା ।

    ଏହି ଖାଦ୍ୟର ନାମ ହେଉଛି ‘ଚଣା’ । ଚଣାକୁ ଖାଇଲେ ଶରୀର ସୁସ୍ଥ ରହିଥାଏ । ଏଥି ସହ ବିଭିନ୍ନ ପ୍ରକାର ରୋଗ ଦୂର ହେବାକୁ ମଧ୍ୟ ଲାଗିଥାଏ । ଅଧିକାଂଶ ଲୋକେ ଚିନ୍ତାରେ ପଡି ଯାଆନ୍ତି, କାହିଁକି ନା ଏହି ଚଣାକୁ କିପରି ଖାଇଲେ ଭଲ ଲାଭ ମିଳିବ । କିଛି ଲୋକ ଏହି ଚଣାକୁ ଭାଜିକି ଖାଉଥିବାବେଳେ ଆଉ କିଛି ଲୋକ ଏହାକୁ ଭିଜାଇ ଖାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଭିଜା ଚଣାର ଲାଭ ବିଷୟରେ ଆମେ ଆପଣଙ୍କୁ ଆଜି ଜଣାଇବୁ ।

    ଏଥିରେ ପ୍ରୋଟିନ୍, ଫାଇବର, ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ଭରପୂର ହୋଇଥାଏ । ଚଣାକୁ ଭିଜାଇ ରଖିବା ଦ୍ବାରା ପୋଷକ ତତ୍ତ୍ବର ଶୋଷଣ ବ୍ରୁଦ୍ଧି ପାଇଥାଏ । ଚଣାକୁ ଭିଜାଇ ଖାଇବା ଦ୍ବାରା ପାଚନ ଶକ୍ତି ଉନ୍ନତ ହୁଏ ଏବଂ ଗ୍ୟାସ୍ ସମ୍ବନ୍ଧୀୟ ସମସ୍ୟା ଦୂର ହେବାକୁ ଲାଗିଥାଏ । ଭିଜା ଚଣାରେ ପ୍ରୋଟିନ୍ ଏବଂ ଫାଇବରର ପରିମାଣ ଅଧିକ ଥିବାରୁ ଏହା ଓଜନ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରେ । ଯଦି ଆପଣ ଓଜନ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଭିଜା ଚଣାକୁ ନିଜ ଖାଇବା ଲିଷ୍ଟରେ ଆଡ୍ କରନ୍ତୁ । ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ଓଜନରେ ଫରକ୍ ଦେଖିବାକୁ ପାଇବେ ।

    ଏଥି ସହ ଭିଜା ଚଣା ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ଖଣିଜ ପଦାର୍ଥର ଏକ ଭଲ ଉତ୍ସ ବୋଲି ବିବେଚନା କରାଯାଏ । ଯାହା କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସହାୟକ କରିଥାଏ । ଭିଜା ଚଣା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବାରୁ ଚର୍ମ ଜନିତ ସମସ୍ୟାକୁ ରୋକିଥାଏ । ଏହା ସହିତ ଭିଜା ଚଣାରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

    ଏତିକି ନୁହେଁ ଏଥିରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫାଇବର, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ୍, ପୋଟାସିୟମ ଏବଂ ଭିଟାମିନ୍ ଏ, ବି, ସି ଏବଂ ଡିରେ ଭରପୂର । ଯାହା ଆପଣଙ୍କ ସୁସ୍ଥ ଶରୀର ପାଇଁ ଲାଭଦାୟକ । ଏହା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ ।

    କୋଷ୍ଠକାଠିନ୍ୟ ଦୂର କରିବାରେ ଭିଜା ଚଣା ଖାଇବା ବହୁତ ପ୍ରଭାବଶାଳୀ । ଏହା ମେଟାବୋଲିକ ହାରକୁ କମାଇ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେବାରେ ବଡ଼ ଭୂମିକା ନିର୍ବାହ କରିଥାଏ ।  ତେଣୁ ଭିଜା ଚଣା ଖାଇବାର ଅଭ୍ୟାସ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    52 %
    1.8kmh
    0 %
    Thu
    27 °
    Fri
    28 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ