Thursday, December 4, 2025
21.6 C
Odisha

    ଜାଣନ୍ତୁ ଭିଟାମିନ୍ C ର ଚମତ୍କାରୀ ଲାଭ

    ଆଗକୁ ପଢନ୍ତୁ

    ଭିଟାମିନ୍ C ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ଶରୀରକୁ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନ୍ C ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ହୃତ୍ ପିଣ୍ଡର ସ୍ୱାସ୍ଥ୍ୟକୁ ମଜବୁତ କରିବା ଏବଂ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଅନୁସନ୍ଧାନରୁ ଜଣାପଡିଛି ଯେ ଭିଟାମିନ୍ Cରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ କେବଳ ଥଣ୍ଡାରୁ ଶୀଘ୍ର ଆରାମ ପ୍ରଦାନ କରେ ନାହିଁ ବରଂ ଅନ୍ୟାନ୍ୟ ରୋଗରେ ମଧ୍ୟ ଲାଭଦାୟକ ହୋଇଥାଏ ।  ଭିଟାମିନ୍ C ଶରୀରକୁ ଫ୍ରି ରେଡିକାଲ୍ ରୁ ରକ୍ଷା କରେ, ଶରୀରରେ କୋଲାଜେନ୍ ସୃଷ୍ଟି କରେ ଏବଂ ଅକ୍ସିଡେଟିଭ୍ ଷ୍ଟ୍ରେସକୁ ହ୍ରାସ କରେ । ଏକ ରିପୋର୍ଟ ଅନୁଯାୟୀ, ୧୯ ରୁ ୬୪ ବର୍ଷ ବୟସର ଯୁବକ ଯୁବତୀମାନେ ପ୍ରତିଦିନ ୪୦ ମିଲିଗ୍ରାମ ଭିଟାମିନ୍ C ଆବଶ୍ୟକ କରନ୍ତି । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍ Cରେ ଭରପୂର ଖାଦ୍ୟକୁ ସାମିଲ କରିବା ଉଚିତ୍ ।

    କେଉଁ ରୋଗରେ ଭିଟାମିନ୍ C ଲାଭଦାୟକ?

    ଥଣ୍ଡାରୁ ଆରାମ – ଭିଟାମିନ୍ C ଥଣ୍ଡା କାଶକୁ ସିଧାସଳଖ ପ୍ରଭାବିତ କରେ ନାହିଁ, କିନ୍ତୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରେ । ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତିଦିନ ୨୫୦ ମିଲିଗ୍ରାମରୁ ୧ ଗ୍ରାମ ଭିଟାମିନ୍ C ଗ୍ରହଣ କରିବା ଦ୍ୱାରା ଥଣ୍ଡା ହେବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ । ପ୍ରତିଦିନ ଭିଟାମିନ୍ C ସେବନ କରିବା ଦ୍ୱାରା ଥଣ୍ଡାରେ ପୀଡିତ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇଯାଆନ୍ତି । ଥଣ୍ଡାର ଲକ୍ଷଣ ଦେଖାଯିବା ପୂର୍ବରୁ ଯଦି ଭିଟାମିନ୍ C ସେବନ କରାଯାଏ, ତେବେ ଏହା ଯୁବକ ଯୁବତୀମାନଙ୍କଠାରେ ଥଣ୍ଡା ହେବାର ଆଶଙ୍କା ୮ ପ୍ରତିଶତ ଏବଂ ପିଲାମାନଙ୍କଠାରେ ୧୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ ।

    ହୃତ୍ ପିଣ୍ଡ ପାଇଁ ଲାଭଦାୟକ- ଭିଟାମିନ୍ C ହୃଦ୍ ରୋଗ ସହିତ ଲଢ଼ିବାରେ ମଧ୍ୟ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଭିଟାମିନ୍ C ଶରୀରରେ ଫୁଲାକୁ ହ୍ରାସ କରେ, ହେଲଦି ବ୍ଲଡ଼ ସେଲସ ବୃଦ୍ଧି କରେ ଏବଂ କୋଲେଷ୍ଟ୍ରଲ ହ୍ରାସ କରେ । ଏହା ଆପଣଙ୍କ ହୃତ୍ ପିଣ୍ଡର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଭିଟାମିନ୍ C ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରେ ଯାହା ଫ୍ରି ରେଡିକାଲ୍ ସହିତ ଲଢିବାରେ ସାହାଯ୍ୟ କରେ । ଭିଟାମିନ୍ C ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ ।

    ହାଇ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ- ଭିଟାମିନ୍ C ବ୍ଲଡ଼ ସେଲସକୁ ସୁରକ୍ଷା ଦେଇ ଏବଂ ସେମାନଙ୍କୁ ଆରାମ ଦେଇ ହାଇ ବ୍ଲଡ଼ ପ୍ରେସର ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଫ୍ରି ରେଡିକାଲ୍ ଦ୍ୱାରା ହେଉଥିବା କ୍ଷତିକୁ ହ୍ରାସ କରେ ଏବଂ ନାଇଟ୍ରିକ୍ ଅକ୍ସାଇଡ୍ ବୃଦ୍ଧି କରେ । ଯେଉଁଥିପାଇଁ ବ୍ଲଡ଼ ସେଲସ ପ୍ରଶସ୍ତ ହୋଇଥାଏ ଏବଂ ଶରୀରରେ ରକ୍ତ ପ୍ରବାହ ସୁଗମ ହୋଇଥାଏ ।

    ଭିଟାମିନ୍ C ପାଇଁ କ’ଣ ଖାଇବେ?

    ପ୍ରାୟତଃ ଫଳ ଏବଂ ବିଭିନ୍ନ ପନିପରିବା ଭିଟାମିନ୍ Cର ସର୍ବୋତ୍ତମ ଉତ୍ସ । ଭିଟାମିନ୍ C ପାଇଁ, ଆପଣ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାରର ଖଟା ଫଳ ଯେପରିକି କମଳା, ଲେମ୍ବୁ, ପିଜୁଳି, ଲଙ୍କା, ଷ୍ଟ୍ରବେରୀ, ଗୁଜବେରୀ, ବ୍ଲାକ୍ କରେଣ୍ଟ, ବ୍ରୋକୋଲି ଆଦି ସାମିଲ କରିବା ଉଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    55 %
    0.8kmh
    56 %
    Thu
    27 °
    Fri
    26 °
    Sat
    27 °
    Sun
    26 °
    Mon
    27 °

    ସମ୍ବନ୍ଧିତ