Monday, December 15, 2025
20.6 C
Odisha

    ଜାଣନ୍ତୁ, ଶୀତଦିନେ କାହିଁକି ବୃଦ୍ଧି ପାଏ କୋଲେଷ୍ଟ୍ରଲ୍ ସ୍ତର

    ଆଗକୁ ପଢନ୍ତୁ

    ଶୀତ ଋତୁରେ ଲୋକମାନଙ୍କ ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ହୁଏ, ଯାହା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ଆଶଙ୍କାକୁ ବୃଦ୍ଧି କରାଏ । ଏଥିମଧ୍ୟରୁ ଗୋଟିଏ ହେଉଛି କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ହୋଇପାରେ ।  ତେବେ ଆସନ୍ତୁ ପ୍ରଥମେ ଶୀତ ଋତୁରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେବାର ଲକ୍ଷଣଗୁଡ଼ିକ ଜାଣିବା।

    ଶୀତ ଋତୁରେ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଇଲେ ଶରୀର ଅନେକ ସଙ୍କେତ ଦିଏ । ଥକ୍କାପଣ, ଛାତି ଭାରୀ ଅନୁଭବ, ଆଳସ୍ୟ ବୃଦ୍ଧି ଏବଂ ନିଶ୍ୱାସ ନେବାରେ ସମସ୍ୟା ଦେଖାଯାଉଥିଲେ ସାବଧାନ ହୋଇଯାଆନ୍ତୁ । ଅନେକ ଲୋକ ବ୍ୟାୟାମ କିମ୍ବା ଅଳ୍ପ ପରିଶ୍ରମ ପରେ ଶୀଘ୍ର ଥକି ଯାଆନ୍ତି । ଅନେକ ସମୟରେ ଗୋଡରେ ଯନ୍ତ୍ରଣା, ବେକ କିମ୍ବା କାନ୍ଧ ଦରଜ ଏବଂ ମୁଣ୍ଡ ଭାରି ଅନୁଭବ ଭଳି ଲକ୍ଷଣ ସୂଚାଇ ଦିଏ ଯେ, ଶରୀରରେ ଚର୍ବି ଏବଂ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଉଛି । ଏବଂ ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବା ଜରୁରୀ । ତେବେ ଶୀତ ଋତୁରେ ଏହି ବିପଦ କାହିଁକି ବୃଦ୍ଧି ପାଏ ।

    ଶୀତଦିନେ ହାଇ କୋଲେଷ୍ଟ୍ରଲର ବିପଦ ଅନେକ କାରଣରୁ ବୃଦ୍ଧି ପାଏ । ଥଣ୍ଡାରେ ଶରୀର ଶକ୍ତି ସଂରକ୍ଷଣ କରିବାକୁ ଚେଷ୍ଟା କରେ, ଯାହା ମେଟାବୋଲିଜିମ୍ କୁ ଧୀର କରିଦିଏ ଏବଂ ଫ୍ୟାଟ୍ ବର୍ଣ୍ଣିଂକୁ କମ କରେ । ଏହା ବ୍ୟତୀତ ଥଣ୍ଡା ପାଗରେ ଲୋକମାନେ ଧିର ହୋଇଯାଆନ୍ତି । କମ୍ ବ୍ୟାୟାମ କରନ୍ତି ଯାହା ଫଳରେ ଶରୀରରେ ଚର୍ବି ଜମା ହୁଏ ।

    ଶୀତଦିନେ ଲୋକମାନେ ତେଲିଆ ଯୁକ୍ତ ଖାଦ୍ୟ ଏବଂ ମିଠା ଭଳି ହାଇ କ୍ୟାଲୋରି ଖାଦ୍ୟ ଅଧିକ ଗ୍ରହଣ କରନ୍ତି, ଯାହା କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଥଣ୍ଡା ପାଗ ମଧ୍ୟ ହରମୋନ ପରିବର୍ତ୍ତନର ମୁଖ୍ୟ କାରଣ ହୁଏ ଯାହା ଯକୃତରେ କୋଲେଷ୍ଟ୍ରଲ ଗଠନ ପ୍ରକ୍ରିୟାକୁ ବଢ଼ାଇପାରେ । ସୂର୍ଯ୍ୟକିରଣର ଅଭାବ ଭିଟାମିନ୍ ଡି ହ୍ରାସ କରେ, ଯାହା କୋଲେଷ୍ଟ୍ରଲ ସନ୍ତୁଳନକୁ ପ୍ରଭାବିତ କରେ ।

    ଶୀତଦିନେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ପାଇଁ ହାଲୁକା, ପୁଷ୍ଟିକର ଏବଂ ଫାଇବରଯୁକ୍ତ ଖାଦ୍ୟ ଖାଇବା ଜରୁରୀ । ଆପଣଙ୍କ ଖାଦ୍ୟରେ ଓଟ୍ସ, ଦଲିଆ ଏବଂ ମଲ୍ଟିଗ୍ରେନ୍ ଶସ୍ୟ ସାମିଲ କରନ୍ତୁ, କାରଣ ଏହା ଖରାପ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରେ । ବାଦାମ ଏବଂ ଅଖରୋଟ୍ ଭଳି ଡ୍ରାଏଫ୍ରୁଟ୍ସରେ ହେଲଦି ଫ୍ୟାଟ୍ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟକୁ ମଜବୁତ କରେ ।

    ଅଳସୀ, ଚିଆ ସିଡ୍ସ ଏବଂ କଖାରୁ ମଞ୍ଜିରେ ଓମେଗା-3  ଭରପୂର ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ସବୁଜ ପନିପରିବା ଏବଂ ଫଳ ଶରୀରକୁ ଆଣ୍ଟିଅକ୍ସିଡାଣ୍ଟ ପ୍ରଦାନ କରେ ଯାହା ଦ୍ବାରା ଲିଭର ହେଲଦି ରୁହେ । ସ୍ବାସ୍ଥ୍ୟ ପାଇଁ ସୋରିଷ ତେଲ ବ୍ୟବହାର ଭଲ ହେବ ।

    ଏହା ବ୍ୟତୀତ ପ୍ରତିଦିନ ଅତି କମରେ ୩୦ ମିନିଟ୍ ପାଇଁ ଚାଲନ୍ତୁ କିମ୍ବା ବ୍ୟାୟାମ କରନ୍ତୁ ।  ଆପଣଙ୍କର ମେଟାବୋଲିଜିମକୁ ସକ୍ରିୟ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ । ତେଲିଆ ଯୁକ୍ତ ଖାଦ୍ୟ ଏବଂ ମିଠା କମ୍ ଖାଆନ୍ତୁ । ନିୟମିତ ଭାବରେ ଆପଣଙ୍କର କୋଲେଷ୍ଟ୍ରଲ୍ ସ୍ତର ଯାଞ୍ଚ କରନ୍ତୁ । ଏହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ସବୁବେଳେ ଠିକ୍ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.6 ° C
    20.6 °
    20.6 °
    44 %
    0.5kmh
    4 %
    Mon
    28 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ