Monday, January 12, 2026
19.8 C
Odisha

    ଜାଣନ୍ତୁ ଶୀତଦିନେ ପିଆଜ ଷଣ୍ଢାର ସ୍ୱାସ୍ଥ୍ୟଉପଯୋଗୀ ଗୁଣ

    ଆଗକୁ ପଢନ୍ତୁ

    ସାଧାରଣତଃ ସମସ୍ତେ ପିଆଜ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଆମେ ସାଲାଡ ଆକାରରେ ଏବଂ ରାନ୍ଧିବାରେ ପିଆଜ ବ୍ୟବହାର କରୁ । ପିଆଜ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ପିଆଜ ପରି ପିଆଜ ଷଣ୍ଢା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ । ପିଆଜ ଷଣ୍ଢାକୁ କେହି କେହି ପିଆଜ ସାଇଁ ମଧ୍ୟ କହିଥାନ୍ତି। ପିଆଜ ଷଣ୍ଢାରୁ କାର୍ବୋହାଇଡ୍ରେଟ୍, ଭିଟାମିନ୍ ସି, ପ୍ରୋଟିନ୍, ଫସଫରସ୍, ସଲଫର୍ ଏବଂ କ୍ୟାଲସିୟମ୍ ମିଳିଥାଏ । ପିଆଜ ଷଣ୍ଢାର ପତ୍ର ଗୁଡିକ ପୋଷକତତ୍ୱରେ ଭରପୁର ।ତେବେ ଆସନ୍ତୁ ପିଆଜ ଷଣ୍ଢାର ଉପକାରୀ ଗୁଣ ସମ୍ପର୍କରେ ଜାଣିବା ।

    ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ :ପିଆଜ ଷଣ୍ଢାରେ ଭିଟାମିନ୍ C ଏବଂA ଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏଥିରେ ମିଳୁଥିବା ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ତେଣୁ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିବା ପାଇଁ ଆପଣ ଆପଣଙ୍କ ଡାଏଟରେ ପିଆଜ ଷଣ୍ଢା ସାମିଲ କରିପାରିବେ ।

    ଗ୍ୟାସ ସମସ୍ୟାକୁ ଦୂର କରେ :ପିଆଜ ଷଣ୍ଢା ମୁହଁର ଦୁର୍ଗନ୍ଧକୁ ଦୂର କରିଥାଏ । କିନ୍ତୁ କଞ୍ଚା ପିଆଜ ଖାଇବା ଦ୍ୱାରା ପାଟିରୁ ଗନ୍ଧ ବାହାରିଥାଏ । କୋଷ୍ଠକାଠିନ୍ୟ ସମସ୍ୟା ଓ ଏସିଡ଼ିଟି ଇତ୍ୟାଦିରୁ ପିଆଜ ଷଣ୍ଢା ଆରମ୍ଭ ଦେଇଥାଏ । ଯଦି ଆପଣଙ୍କ ପେଟରେ ଗ୍ୟାସ କାରଣରୁ ପୋଡା ହେଉଛି ତେବେ ପିଆଜ ଷଣ୍ଢାକୁ ସାଲାଡ଼ ପ୍ରସ୍ତୁତ କରି ଖାଆନ୍ତୁ । ଏହା ଗ୍ୟାସ ଏସିଡ଼ିଟି ସମସ୍ୟାକୁ ଦୂର କରିବ ।

    ମଧୁମେହ :ଡାଇବେଟିସ ରୋଗୀଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ବୋଲି ପ୍ରମାଣିତ ହୋଇ ଆସୁଛି । ଏଥିରେ ଥିବା ସଲଫର ଶରୀରର ଇନସୁଲିନ୍ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରେ। ଯାହା ଡାଇବେଟିସକୁ ରୋକିବାରେ ଯଥେଷ୍ଟ ସାହାଯ୍ୟ କରିପାରେ । ଏହା ବ୍ୟତୀତ କ୍ୟାନ୍ସରର ବିପଦକୁ ଦୂର କରିଥାଏ । କାରଣ ପିଆଜ ଷଣ୍ଢାରେ ଭରପୁର ମାତ୍ରାରେ ସଲଫର ରହିଛି । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ  । ଏଥିରେ ଏଲୀଲ ସଲଫାଇଟ ଓ ଫ୍ଲେବନଏଡ ରହିଛି ଯାହା କ୍ୟାନ୍ସର ପ୍ରତିରୋଧକ ଅଟେ । ଏତିକି ନୁହେଁ  ପିଆଜ ଷଣ୍ଢାରେ ଭରପୁର ମାତ୍ରାରେ ଫାଇବର ରହିଛି ।  ଯାହା ପାଚନ ତନ୍ତ୍ରକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଆପଣ ଏହାକୁ କୌଣସି ପ୍ରକାରେ ନିଜ ଖାଦ୍ୟରେ ବ୍ୟବହାର କରି ପାରିବେ ।

    ଉଚ୍ଚ ରକ୍ତଚାପ :ଯଦି ଆପଣ ଉଚ୍ଚ ରକ୍ତଚାପ ପୀଡିତ ତେବେ ଆପଣ ନିଶ୍ଚୟ ପିଆଜ ଷଣ୍ଢା ଖାଇବାର ଅଭ୍ୟାସ କରନ୍ତୁ । ଯାହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଏଥିରେ ସଲଫର ଗୁଣ ଥିବାରୁ ଏହା ଉଚ୍ଚ ରକ୍ତଚାପର ସମସ୍ୟାକୁ କମ କରିବାରେ ସାହାଯ୍ୟ କରିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    28 %
    1.1kmh
    1 %
    Mon
    27 °
    Tue
    28 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ