Wednesday, January 22, 2025
23.7 C
Odisha

    ଜାତିଗତ ପ୍ରମାଣପତ୍ର ନ ମିଳିବାରୁ ଚାକିରି ଚାଲିଗଲା; ଅତିରିକ୍ତ ତହସିଲଦାରଙ୍କ କଲର ଧରି ମାରିଲେ ମହିଳା

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ଜାତିଗତ ପ୍ରମାଣପତ୍ର ନ ମିଳିବାରୁ ଜଣେ ଯୁବକଙ୍କ ଚାକିରି ଚାଲିଯାଇଥିବା ଜଣାପଡ଼ିଛି । ମଙ୍ଗଳବାର ସମ୍ପୃକ୍ତ ପରିବାରଲୋକେ ତହସିଲ ଆସିଥିବାବେଳେ ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିଲା । ଏହି ଘଟଣାକୁ ନେଇ ଯୁକ୍ତତର୍କ ହେବାପରେ ଦେଓଗାଁ ତହସିଲର ଅତିରିକ୍ତ ତହସିଲଦାର ସୋମକେଶ ନାୟକଙ୍କୁ ମହିଳାମାନେ କଲର ଧରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଉକ୍ତ ତହସିଲ ଅଧୀନ ରାମଚନ୍ଦ୍ରପୁର ଆରଆଇ ଅଫିସ ଅଧୀନରେ ଥିବା ସତିଘାଟ ଗ୍ରାମର ବିବେକ ମେହେର ଅକ୍ଟେବାର ୧୯ ତାରିଖରେ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ଏହାକୁ ତହସିଲଦାର ରିଜେକ୍ଟ କରିବାପରେ ପୁଣି ଗତ ୨୯ ଆବେଦନ କରିଥିଲେ । ଅତିରିକ୍ତ ତହସିଲଦାର ସୋମକେଶ ନାୟକ କୌଣସି କାରଣ ନ ଦର୍ଶାଇ ପୁଣି ବାତିଲ କରିଦେଇଥିଲେ । ସଠିକ୍ ସମୟରେ ଜାତିଗତ ପ୍ରମାଣପତ୍ର ନ ମିଳିବାରୁ ସିଆରପିଏଫ୍‌ରେ ଚାକିରି ପାଇଥିବା ବିବେକ ମେହେରଙ୍କ ଚାକିରି ଚାଲିଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସତିଘାଟ ଗ୍ରାମର ବିବେକଙ୍କ ପରିବାର ସହ ସମାଜର ସଂଘର ସଦସ୍ୟମାନେ ଆସି କାହିଁକି ସାର୍ଟିଫିକେଟ ଦେଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଅଫିସ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାରଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଚାକିରି ହରାଇଥିବା ପରିବାର ଲୋକଙ୍କୁ ଶ୍ରୀ ନାୟକ ପ୍ରଥମେ ଦୁର୍ବ୍ୟବହାର କରିବାରୁ ଆସିଥିବା ମହିଳାମାନେ ଉତ୍‌କ୍ଷିପ୍ତ ହୋଇ ଅତିରିକ୍ତ ତହସିଲଦାରଙ୍କ କଲର ଧରି ମାଡ଼ ମାରିଥିବା ଚର୍ଚ୍ଚା ହେଉଛି । ଘଟଣା ଅଣାୟତ ହେବାରୁ ଦେଓଗାଁ ଆଇଆଇସି ବୁଲୁ ମୁଣ୍ଡାଙ୍କ ସମେତ ସଦଳବଳ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ସାର୍ଟିଫିକେଟ ନ ଦେଲେ ତହସିଲ ଛାଡିବୁ ନାହିଁ ବୋଲି ଅଡି ବସି ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କ ସହିତ ଏକ ପ୍ଲାଟୁନ ଫୋର୍ସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଅତିରିକ୍ତ ତହସିଲଦାର କରିଥିବା ଦୁର୍ବ୍ୟବହାରର କ୍ଷମା ମାଗନ୍ତୁ ବୋଲି ଧାରଣାରେ ବସିଥିବା ମହିଳାମାନେ ଜିଦ୍ ଧରିଥିଲେ । ପରେ ଏସଡିପିଓ ଦୁଇ ଦିନ ସମୟ ମାଗି ସମସ୍ୟା ଦିଗରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ନିଶ୍ଚିତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଓହରିଥିଲେ । ଯଦି ଦୁଇଦିନ ଭିତରେ ଏହାର ସମାଧାନ ନ ହେଲେ ତହସିଲ କାର୍ଯ୍ୟାଳୟକୁ ବନ୍ଦ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଅତିରିକ୍ତ ତହସିଲଦାର କହିଥିଲେ ଯେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚିଠି ହୋଇଥିଲା । ଚିଠି ଦେବାରୁ ୧୮ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରତିକ୍ରିୟା ନ ଆସିବାରୁ ଜାତିଗତ ପ୍ରମାଣ ପତ୍ର ଦିଆଯାଇପାରିଲା ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    22 %
    1kmh
    7 %
    Wed
    24 °
    Thu
    33 °
    Fri
    34 °
    Sat
    33 °
    Sun
    32 °

    ସମ୍ବନ୍ଧିତ