Tuesday, October 14, 2025
21 C
Odisha

    ଜାତିସଂଘରେ ପ୍ରଥମ ଥର ପେଡ୍ ପିରିଅଡ୍ ଲିଭ୍ ଫିଲ୍ମ ପ୍ରଦର୍ଶିତ

    ଆଗକୁ ପଢନ୍ତୁ

    ମହିଳାଙ୍କର କାର୍ଯ୍ୟସ୍ଥଳ ସମତା ଏବଂ ମାନବିକ ଅଧିକାର ଦିଗରେ ଏକ ଐତିହାସିକ ପଦକ୍ଷେପ ହୋଇଛି । ଜାତିସଂଘ ଚର୍ଚ୍ଚ ସେଣ୍ଟରରେ ଆୟୋଜିତ ୪ଥ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅନ୍ ପେଡ୍ ପିରିଅଡ୍ ଲିଭ୍ରେ ପ୍ରଥମ ଥର ପେଡ୍ ପିରିଅଡ୍ ଲିଭ୍ ବିଷୟକ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ ହେଲା।

    “Paid Period Leave — A Right, Not a Favor” ନାମକ ଏହି ଫିଲ୍ମଟିକୁ ପ୍ରଦୀପ କୁମାର ନାୟକ ନିର୍ଦ୍ଦେଶନା କରିଥିଲେ। ପ୍ରୋଡ୍ୟୁସର୍‌ ରଞ୍ଜନ କୁମାର ଦାଶ, ଜଗମୋହନ ତ୍ରିପାଠୀ ଓ ଅନ୍ସୁମାନ ନାୟକ, ସୃଜନାତ୍ମକ ନିର୍ଦ୍ଦେଶନାରେ ଆଶିଷ କୁମାର ନାୟକ ଥିଲେ।

    ବିଶ୍ୱବିଖ୍ୟାତ ମାନବତାପରାୟଣ ବିକାସ ଖନ୍ନା ଓ ଆମେରିକୀୟ ଅଭିନେତ୍ରୀ-ଲେଖିକା ରେନେ କ୍ନୋର୍ ଏହାକୁ ଲଞ୍ଚ କରି, ମାସିକ ସମୟରେ କାମକାର୍ଯ୍ୟରେ ମହିଳାଙ୍କ ସମସ୍ୟା ଓ ପେଡ୍ ପିରିଅଡ୍ ଲିଭ୍‌କୁ କାର୍ଯ୍ୟସ୍ଥଳ ଅଧିକାର ଭାବେ ଘୋଷଣା କରିବାର ପ୍ରୟୋଜନୀୟତା ଉପସ୍ଥାପନ କରିଥିଲେ।

    ଆୟୋଜିକା ରଞ୍ଜିତା ପ୍ରିୟଦର୍ଶିନୀ, Paid Period Leave Initiativeର ସ୍ଥାପକା, ବିଭିନ୍ନ ଦେଶର ପ୍ରତିନିଧିଙ୍କୁ ସମ୍ବୋଧନ କରି କହିଥିଲେ – “ଜାତିସଂଘ ଓ ବିଭିନ୍ନ ସରକାରଙ୍କୁ ପେଡ୍ ପିରିଅଡ୍ ଲିଭ୍‌କୁ ମୌଳିକ ମାନବିକ ଅଧିକାର ଭାବେ ସ୍ୱୀକୃତି ଦେବାକୁ ହେବ।”

    ସମ୍ମେଳନରେ ଜଣାପଡ଼ିଛି ଯେ, ଭାରତ, ଶ୍ରୀଲଙ୍କା, ଦୁବାଇ ଓ କେନିଆର ୭୪ଟି କମ୍ପାନୀ ପହିଲେହି ପେଡ୍ ପିରିଅଡ୍ ଲିଭ୍ ନୀତିକୁ ଗ୍ରହଣ କରିଛନ୍ତି । ଏଥିରେ ଥାଇଲାଣ୍ଡ ସରକାର ସର୍ବପ୍ରଥମେ Global Memorandum on Menstrual Equityକୁ ଅନୁମୋଦନ କରିଛି।

    ଏହି ଐତିହାସିକ ପ୍ରଦର୍ଶନ ସାରା ବିଶ୍ୱରେ ମାସିକ ସ୍ୱାସ୍ଥ୍ୟ ଓ ସମ୍ମାନକୁ ଏକ ଆନ୍ତର୍ଜାତୀୟ ମାନବିକ ଅଧିକାର ଭାବେ ଆଲୋଚନାର କେନ୍ଦ୍ରବିନ୍ଦୁରେ ଆଣିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21 ° C
    21 °
    21 °
    92 %
    0.9kmh
    83 %
    Tue
    29 °
    Wed
    30 °
    Thu
    30 °
    Fri
    30 °
    Sat
    29 °

    ସମ୍ବନ୍ଧିତ