Saturday, April 19, 2025
40.3 C
Odisha

    ଜାତି, ଧର୍ମ ଓ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିଥାଏ ରାକ୍ଷୀ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୧୭/୦୮: ଭାଇ ଓ ଭଉଣୀର ପବିତ୍ର ବନ୍ଧନର ପ୍ରତୀକ ହେଉଛି ରାକ୍ଷୀ । ରକ୍ଷା ବନ୍ଧନରେ ଭଉଣୀକୁ ସୁରକ୍ଷା ଦେବା ପାଇଁ ଭାଇ ଯେପରି ସଂକଳ୍ପ ନିଏ, ସେହିପରି ଜାତି, ଧର୍ମ ଓ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଆମକୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସଂକଳ୍ପନେବାକୁ ହେବ । ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଲେ ଭଉଣୀର ସବୁ ଦୁଃଖ ଓ ବିପଦରେ ସେ ସାହା ହେବ ବୋଲି ଭଉଣୀ ଆଶାରଖି ଥାଏ । ସେହିପରି ମହିଳାଙ୍କୁ ନ୍ୟାୟ ଓ ସୁରକ୍ଷା ଦେବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ପାଇଁ ରକ୍ଷାକବଚ ସାଜିଛି ବିଜେପି । ୨୪ବର୍ଷର ବିଜେଡି ସରକାରକୁ ହଟାଇ ବିଜେପି ଉପରେ ପୂର୍ଣ୍ଣ ଭରସା କରିଛନ୍ତି ଓଡ଼ିଶାବାସୀ । ସେହି ଭରସା ଯେପରି ଅତୁଟ ରହିବ ସେଥିପାଇଁ କାର୍ଯ୍ୟକର୍ତା ଅକ୍ଳାନ୍ତ ପରିଶ୍ରମ କରନ୍ତୁ । ପବିତ୍ର ରକ୍ଷା ବନ୍ଧନ ଅବସରରେ ନାରୀସମାଜକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମଗ୍ର ଦେଶର ଅଖଣ୍ଡତା ଏବଂ ନିରାପତା ରକ୍ଷା କରିବା ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।
    ଏହି ଅବସରରେ ଓଡ଼ିଶାରେ ନିଜ ନିଜ ଅଂଚଳରେ ମହିଳାମୋର୍ଚ୍ଚାଙ୍କ ନେତୃତ୍ୱରେ କାର୍ଯର୍୍ୟକର୍ତାମାନେ ଏହି ପବିତ୍ର ଉତ୍ସବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିବାକୁ ଶ୍ରୀ ସାମଲ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ