Saturday, March 14, 2026
38.2 C
Odisha

    ଜାତୀୟ ରାଜପଥରେ ଡିଭାଇଡରେ ପିଟି ହେଲା ଟୁରିଷ୍ଟ ଗାଡ଼ି, ୧୭ ଗୁରୁତର

    ଆଗକୁ ପଢନ୍ତୁ

    ଅନୁଗୋଳ: ଜାତୀୟ ରାଜପଥରେ ଡିଭାଇଡରେ ପିଟି ହେଲା ଟୁରିଷ୍ଟ ଗାଡ଼ି । ୧୭ ଜଣ ଗୁରୁତର ହୋଇଛନ୍ତି । ସମ୍ବଲପୁରର ମାଆ ସମଲେଶ୍ୱରୀ ଦର୍ଶନ ପାଇଁ ଏକ ଟୁରିଷ୍ଟ ଗାଡ଼ିର ଲୋକମାନେ ଯାଉଥିବା ବେଳେ ଯାଉଥିବା ବେଳେ ଡିଭାଇଡର ପିଟି ହୋଇଥିଲା । ୫୫ ନମ୍ବର ଜାତୀୟ ରାଜ ପଥର ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡ଼ିରେ ବସିଥିବା ୧୭ ଜଣ ଗୁରୁତର ହୋଇଛନ୍ତି ।

    ସେମାନଙ୍କୁ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ କିଶୋରନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରରୁ ସମ୍ବଲପୁର ସମଲେଇ ଦର୍ଶନ କରିବା ପାଇଁ ୧୭ ଜଣ ଯାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ଗାଡ଼ି ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା । ବଇଣ୍ଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ