Wednesday, October 28, 2026
22.1 C
Odisha

    ଜାପାନରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୬.୨

    ଆଗକୁ ପଢନ୍ତୁ

    ଟୋକିଓ : ଜାପାନର ଉତ୍ତର ଦ୍ୱୀପ ହୋକାଇଡୋରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି।  ଏହି ଭୂକମ୍ପ ଜାପାନ ସମୟ ସକାଳ ୫:୨୪ ରେ ପ୍ରାୟ ୮୩ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ହୋକାଇଡୋର ଦକ୍ଷିଣ ଭାଗର ସାରାବେତ୍ସୁ ସହର ନିକଟରେ ଥିଲା । ଭୂକମ୍ପ ପରେ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ । ଏହି ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା, ତେଣୁ ଭୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ସେପଟେ ପାଣିପାଗ ସଂସ୍ଥା କହିଛି ଯେ ଆଗାମୀ ସପ୍ତାହରେ ଏହି ଅଞ୍ଚଳରେ ସମାନ ତୀବ୍ରତାର ଭୂମିକମ୍ପ ହେବାର ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    22.1 ° C
    22.1 °
    22.1 °
    98 %
    2.8kmh
    100 %
    Wed
    22 °
    Thu
    24 °
    Fri
    27 °
    Sat
    28 °
    Sun
    27 °

    ସମ୍ବନ୍ଧିତ