Thursday, October 8, 2026
29.4 C
Odisha

    ଜାପାନରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୬.୨

    ଆଗକୁ ପଢନ୍ତୁ

    ଟୋକିଓ : ଜାପାନର ଉତ୍ତର ଦ୍ୱୀପ ହୋକାଇଡୋରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି।  ଏହି ଭୂକମ୍ପ ଜାପାନ ସମୟ ସକାଳ ୫:୨୪ ରେ ପ୍ରାୟ ୮୩ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ହୋକାଇଡୋର ଦକ୍ଷିଣ ଭାଗର ସାରାବେତ୍ସୁ ସହର ନିକଟରେ ଥିଲା । ଭୂକମ୍ପ ପରେ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ । ଏହି ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା, ତେଣୁ ଭୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ସେପଟେ ପାଣିପାଗ ସଂସ୍ଥା କହିଛି ଯେ ଆଗାମୀ ସପ୍ତାହରେ ଏହି ଅଞ୍ଚଳରେ ସମାନ ତୀବ୍ରତାର ଭୂମିକମ୍ପ ହେବାର ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    61 %
    1.4kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ