Thursday, October 8, 2026
29.4 C
Odisha

    ରାଜ୍ୟରେ ଆଜିଠୁ ପାଗ ପରିବର୍ତ୍ତନ,ଘଡଘଡି ସହ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ରାଜ୍ୟରେ ଆଜିଠୁ ପାଗରେ ବଡ ପରିବର୍ତ୍ତନ ହୋଇପାରେ। ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ଉତ୍ତର ଓଡିଶାର ବାଲେଶ୍ଵର, ମୟୁରଭଞ୍ଜ ଜିଲ୍ଲାରେ ବି ବର୍ଷା ହୋଇପାରେ। ସେପଟେ ଉପକୂଳ ଜିଲ୍ଲାରେ ଆଜି ବି ଗ୍ରୀଷ୍ମ ପ୍ରବାହ ଜାରି ରହିବ। କିଛି ଦିନ ହେବ ପଶ୍ଚିମ ଓଡ଼ିଶାରେ ଆକାଶରୁ ଯେଭଳି ନିଆଁ ବର୍ଷୁଛି। ୧୭ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଟପିଛି। ରବିବାର ରାଜ୍ୟର ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୪.୮ଡିଗ୍ରୀ ଛୁଇଁଛି। ୬ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ଅତିକ୍ରମ କରିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଶ୍ଚିମାଞ୍ଚଳବାସୀ ଅସ୍ତବ୍ୟସ୍ତ ହେଲେଣି। କିନ୍ତୁ ସକାଳୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଆକାଶରେ ମେଘଖଣ୍ଡ ଦେଖିବାକୁ ମିଳିଛି। ଭୁବନେଶ୍ବର ସହିତ କଟକ, ପୁରୀ ଏବଂ ବାଲେଶ୍ବର ଆଦି ଅଞ୍ଚଳରେ ଦିନ ତାପମାତ୍ରା ୩୫ ଡିଗ୍ରୀକୁ ଖସିଛି। ଚଳିତ ମାସ ୩୦ ବେଳକୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା କମିପାରେ। କିଛି ଅଞ୍ଚଳରେ ପାରଦ ୪୦ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    61 %
    1.4kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ