Tuesday, March 11, 2025
23.7 C
Odisha

    ଜାରି ହେଲା ଆରେଷ୍ଟ ୱାରେଣ୍ଟ: ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କୁ ବଡ଼ ଝଟକା

    ଆଗକୁ ପଢନ୍ତୁ

    ଆଗାମୀ ଲୋକସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ସରଗରମ୍ ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ଏକ ବଡ଼ ଝଟକା । ଲାଲୁଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ଲାଲୁଙ୍କ ବିରୋଧରେ ମଧ୍ୟପ୍ରଦେଶର ଗ୍ୱାଲିୟର ଏମପି-ଏମଏଲଏ କୋର୍ଟ ଏହି ଗିରଫଦାରୀ ୱାରେଣ୍ଟ ଜାରି କରିଛନ୍ତି । ଆର୍ମସ ଆକ୍ଟର ମାମଲାରେ ଲାଲୁଙ୍କ ବିରୋଧରେ ଗ୍ୱାଲିୟର କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଲାଲୁଙ୍କ ଉପରେ ୧୯୯୫ ଓ ୯୭ର ଫାର୍ମ ୧୬ ଅଧିନରେ ହତିଆର ସପ୍ଲାଇ କରିବାର ଅଭିଯୋଗ ହୋଇଛି । ପୋଲିସ ଯାଞ୍ଚ ପରେ ଲାଲୁଙ୍କ ନାମ ସାମ୍ନାକୁ ଆସିଥିଲା । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜାନୁଆରୀ ମାସ ୩୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲାଲୁଙ୍କୁ ପାଖାପାଖି ୧୦ ଘଣ୍ଟା ଧରି ପଚରାଉଚରା କରିଥିଲା । ପ୍ରଥମ ଥର ପାଇଁ ଲାଲୁ ଯାଞ୍ଚ ଏଜେନ୍ସି ନିକଟରେ ହାଜରେ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    25 %
    2.3kmh
    6 %
    Tue
    24 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ