Monday, September 28, 2026
29.4 C
Odisha

    ଜାରି ହେଲା ପିଏମ୍ କିଷାନର ୧୯ତମ କିସ୍ତି

    ଆଗକୁ ପଢନ୍ତୁ

    ଭାଗଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଭାଗଲପୁରରୁ ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତି ଜାରି କରିଛନ୍ତି। ଏହି ଯୋଜନା ଦ୍ୱାରା ସାରା ଦେଶରେ ୯୮ ନିୟୁତରୁ ଅଧିକ କୃଷକ ଉପକୃତ ହେବେ । ଏଥର ୧୯ତମ କିସ୍ତିରେ ୨୨ ହଜାର କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଏଥିରେ ବିହାରର ୭.୬ ନିୟୁତ କୃଷକ ଅଛନ୍ତି, ଯେଉଁମାନଙ୍କ ଖାତାକୁ ପ୍ରାୟ ୧୬୦୦ କୋଟି ଟଙ୍କା ପ୍ରେରଣ କରାଯାଇଛି ।

    ଏହି ଅବସରରେ ମୋଦୀ କହିଛନ୍ତି, ଆଜି ଦେଶର କୋଟି କୋଟି କୃଷକଙ୍କ ଆକାଉଣ୍ଟରେ ଟଙ୍କା ପହଂଚିଛି । କିଷାନ ସମ୍ମାନ ନିଧିର କିସ୍ତି ଜାରି କରାଯାଇଛି । ଆଜି ବିହାରର ୭୫ ଲକ୍ଷରୁ ଅଧିକ କୃଷକ ପରିବାରର ଆକାଉଣ୍ଟକୁ ୧.୬ ବିଲିୟନରୁ ଅଧିକ ଟଙ୍କା ଜମା କରାଯାଇଛି। କିଷାନ ନିଧିର କିସ୍ତି ଗୋଟିଏ କ୍ଲିକରେ ପ୍ରତ୍ୟେକ କୃଷକଙ୍କ ଆକାଉଣ୍ଟରେ ଜମା କରାଯାଇଛି । କେନ୍ଦ୍ରରେ ଏନ୍ ଡିଏ ସରକାର ହେଉ କି ବିହାର, କୃଷକ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା। ଗତ ଏକ ଦଶନ୍ଧି ମଧ୍ୟରେ ଆମେ ପୂରା ଶକ୍ତି ସହ କାମ କରିଛୁ।ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ୨୪ରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ର ଶୁଭାରମ୍ଭ ହୋଇଥିଲା। ୨୦୨୪ ମସିହା ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରର ୱାଶିମରୁ ୧୮ତମ କିସ୍ତି ପ୍ରେରଣ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ