Friday, October 2, 2026
25.2 C
Odisha

    ଜାଲ୍‌ ଜାତିଗତ ପ୍ରମାଣ ଦେଇ ପାଠ ପଢ଼ିଛନ୍ତି ଜାଲ ମୁକେଶ ମହାଲିଙ୍ଗ: କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୁଦ୍ଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ଜାଲ ଜାତିଗତ ପ୍ରମାଣ ଦେଇ ଶ୍ରୀ ମହାଲିଙ୍ଗ ପାଠ ପଢ଼ିଛନ୍ତି। ଏଥି ସହ ଚାକିରି, ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି ବୋଲି କହିଛି। ମନ୍ତ୍ରୀ ପଦରୁ ମୁକେଶ ମହାଲିଙ୍ଗଙ୍କୁ ବାହାର କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ୨୦୦୨ ପରେ ତାଙ୍କ ଜାତି ଅନୁସୂଚିତ ଜାତି ଭୁକ୍ତ ହେଲା ତା ପୂର୍ବରୁ ସେ ସାର୍ଟିଫିକେଟ ଆଣିଲେ କେଉଁଠୁ ‌ବୋଲି କଂଗ୍ରେସ କହିଛି। କଂଗ୍ରେସ କହିଛି ଯେ, ମନ୍ତ୍ରୀଙ୍କ ଭାଷାରେ ଉଚ୍ଚାରଣରେ ସଂଯମତା ନାହିଁ। ବଲାଙ୍ଗୀର ଓ ଓଡ଼ିଶାର କୋଣ ଅନୁକୋଣ ଲୋକେ ଖରାପ ଭାବୁଛନ୍ତି। ତାଙ୍କ ନା’ରେ ସଙ୍ଗିନୀ ଅଭିଯୋଗ ହେଲା ଜାଲ ସାର୍ଟିଫିକେଟ। ମୁକେଶ ମହାଲିଙ୍ଗ ଯେଉଁ ସବ୍‌କାଷ୍ଟରୁ ଆସନ୍ତି ତାହା ପୂର୍ବରୁ ସ୍କୁଲ,କଲେଜ ଓ ଚାକିରି ରେ ଯେଉଁ ଜାତି ପ୍ରମାଣ ଦେଇଛନ୍ତି ତାହା କେଉଁଠୁ ଆସିଛି। ସମନ ଆସିଥିଲା କିନ୍ତୁ ସେ ସମନ ଅବମାନନା କରିଛନ୍ତି। ତାଙ୍କର ଜାତିଗତ ପ୍ରମାଣ ମିଥ୍ୟା ବୋଲି ଏହା କ୍ରିମିନାଲ ବୋଲି ଧରାଯିବ। ଜଣେ ମନ୍ତ୍ରୀ ଜାଲ ଜାତି ପ୍ରମାଣରେ ପାଠ ପଢିକି ଚାକିରି କରିଛନ୍ତି। ବିଧାୟିକ ହୋଇ ମନ୍ତ୍ରୀ ହୋଇଛନ୍ତି। ଜଣେ ଦଳିତ ସମାଜର ଅଧିକାରକୁ ବଞ୍ଚିତ କରିଛନ୍ତି । କଂଗ୍ରେସ ମୁଖପାତ୍ର ଅଭିଷେକ ମହାନନ୍ଦ କହିଛନ୍ତି, ୨୨/୧୧/୨୦୨୪ରେ ଆରଡିସି ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସମ୍ବଲପୁର ଦ୍ୱାରା ତଦନ୍ତ କଲେ ମୁକେଶ ମହାଲିଙ୍ଗ ଜାଲ ଜାତି ପ୍ରମାଣ ଦେଇକି ଚାକିରି କରିଛନ୍ତି। ୧୯୭୮ରେ କେଉଁ ହିସାବରେ ସାର୍ଟିଫିକେଟ ପାଇଲେ ମୁକେଶ ଆଉ ଚାକିରି କଲେ। ଏନେଇ ଯେଉଁ କେଶରେ ତାଙ୍କୁ ସମନ ହୋଇଛି ସେ କେଶର ଅଭିଯୋଗକାରୀ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ