Friday, October 2, 2026
25.2 C
Odisha

    ରାଜ୍ୟରେ ପୂର୍ବାପେକ୍ଷା ୪.୨ ପ୍ରତିଶତ ନାରୀ ନିର୍ଯାତନା କମିଛି: ବିଜେପି ବିଧାୟକ ଅମର ନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଅମର ନାୟକ। ସେ କହିଛନ୍ତି, ବିଗତ ଦିନର ଆଇନଶୃଙ୍ଖଳାକୁ ତର୍ଜମା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରାଥମିକତା ହେଉଛି ଆଇନଶୃଙ୍ଖଳା। ରାଜ୍ୟରେ ପୂର୍ବ ଅପେକ୍ଷା ୪.୨ ପ୍ରତିଶତ ହାରରେ ନାରୀ ନିର୍ଯାତନା କମିଛି। ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ପୂର୍ବ ସରକାରର ୨୪ ବର୍ଷ ଇତିହାସ ଦେଖିଲେ ପୁଲିସ ଦଳୀୟ କର୍ମୀ ଭଳି କାମ କରୁଥିଲେ। ମାହାଙ୍ଗା ଡବଲ ମର୍ଡ଼ର, ପରୀ, ମମିତା ଓ ବେବିନା କେସକୁ ଏବେ ବିଜେଡି ଭୁଲି ଯାଇଛି। ସେତେବେଳେ କାର୍ଯ୍ୟାନୁଷ୍ଠାନ ନେବାର ସାହାସ ନ ଥିଲା। ବର୍ତ୍ତମାନ ସବୁ କେସରେ ଦୋଷୀ ଧରା ପଡୁଛନ୍ତି। ସେତେବେଳେ କେହି ଜଣେ ଧରା ପଡିଛନ୍ତି କି। ଆଇନ ତା ବାଟରେ କେବେ ଯାଏ ନାହିଁ। ସବୁ ଘଟଣାର ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ହୋଇଛି। ପୁଲିସ ଉପରେ ଭୟ ନ ଥିବା ଅଭିଯୋଗରେ କହିଲେ ବିଜେଡିର ଏ ଯାଏଁ ସରକାରରେ ଥିବା ହ୍ୟାଙ୍ଗ ଓଭର ଯାଇନି। ତେଣୁ ସେମାନେ ଏ ଅଭିଯୋଗ କରୁଛନ୍ତି। ଏଥିରେ କୌଣସି ଭିତ୍ତି ନାହିଁ।

    ସେ ଆହୁରି କହିଛନ୍ତି, ନିରଞ୍ଜନ ପଟ୍ଟନାୟକ ଘରେ ଦୋଷୀ ଧରାପଡ଼ିଛି। ପ୍ରବାସୀ ଭାରତୀୟ ଦିବସ ସମୟରେ ଭୁବନେଶ୍ୱରରେ ହୋଇଥିବା ହତ୍ୟାର ହତ୍ୟାକାରୀ ମଧ୍ୟ ଧରା ପଡ଼ିଲେ। ବିଧାନସଭାର ନିୟମ ଅନୁସାରେ ଚାଲେ। କୌଣସି ଜନ ପ୍ରତିନିଧିଙ୍କ ଉପରେ ପୁଲିସ କର୍ତ୍ତୃତ୍ବ ଦେଖାଉ ନାହିଁ।

     

    ସୂଚନାଯୋଗ୍ୟ, ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷି  ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହଁ। ସରକାର ଏଥିରେ ବିଫଳ ହୋଇଛନ୍ତି।  ରାଜଧାନୀ ସମେତ ସାରା ରାଜ୍ୟ ଆଇନ ଶୃଙ୍ଖଳା ଭୁଶୁଡିଛି। ପୁଲିସର ନିୟନ୍ତ୍ରଣ ନାହିଁ। ବିଧାନସଭା ଭିତରେ ଆଉ ବାହାରେ ପୁଲିସ କର୍ତ୍ତୃତ୍ବ ଦେଖାଉଛନ୍ତି। ଭୁବନେଶ୍ୱରର ଭାରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି। ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି।ସରକାରୀ ଦଳର ସାଧାରଣ କର୍ମୀ ପୁଲିସ କାମରେ ହସ୍ତକ୍ଷେପ କରୁଛନ୍ତି। ପୁଲିସ ସ୍ୱାଧୀନ ଭାବେ କାମ ନ କଲେ ଅପରାଧ ବଢିବ। ସରକାରୀ ଦଳ ନିଜ ଆଡୁ ଦେଖିବା କଥା ଯେ ପୋଲିସ ଉପରେ ଚାପ ନ ପକାନ୍ତୁ।

    ଏଣେ  ଆଇନଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ। ସେ କହିଛନ୍ତି, ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହ କମିଟି ପାଇଁ କଂଗ୍ରେସ ଦାବି କରିଥିଲା । ୧୬ ଦିନ ପର୍ଯ୍ୟନ୍ତ ବିଧାନସଭାରେ କଂଗ୍ରେସ ଦାବି କରିଥିଲା । ସରକାର କୌଣସି କଥା କର୍ଣ୍ଣପାତ କଲେ ନାହିଁ । ତେଣୁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଲା । ଏଭଳି ସଙ୍ଗୀନ ସ୍ଥିତି କେବେ ହୋଇନଥିଲା । ୯ମାସ ଭିତରେ ମାଆ, ଭଉଣୀ ଓ ଆଦିବାସୀ ଛାତ୍ରୀମାନେ ନିର୍ଯାତିତ ହେଉଛନ୍ତି । ସରକାର ଗଣତନ୍ତ୍ରରେ ବିଶ୍ୱାସ କରୁନାହିଁ । ନାରୀ ଯଦି ସୁରକ୍ଷିତ ହେବେ ନାହିଁ, ସରକାର ସୁରକ୍ଷିତ ରହିବ ନାହିଁ । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ କୌଣସି ବିବୃତ୍ତି ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ ଘମଣ୍ଡି ହୋଇଯାଇଛନ୍ତି । ଯେ ପର୍ଯ୍ୟନ୍ତ ସରକାର ମହିଳାଙ୍କ ସୁରକ୍ଷା ଉପରେ ପଦକ୍ଷେପ ନ ନେଇଛନ୍ତି, ସେ ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରି ରଖିବ। ବିଧାନସଭାକୁ କଂଗ୍ରେସ ବିଧାୟକ ଗଲେ ପୁଲିସ ବଳ ପୂର୍ବକ ଭାବେ ଅଟକାଉଛି । ଏଭଳି ଦମନ ଲୀଳାକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ