Thursday, June 11, 2026
41.4 C
Odisha

    ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ ସରୁକ୍ଷା ବ୍ଯବସ୍ଥା କଡ଼ାକଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଟୁଇନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ । ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖିବ ପୋଲିସ । ନିଶାସକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ଅଧିକ ନଜର। ସାଧାରଣ ଲୋକଙ୍କୁ ଯେପରି ସମସ୍ୟା ନହେବ, ସେଥିପ୍ରତି ଟିକନିକ ନଜର ରଖିବ ପୋଲିସ । ଲୋକଙ୍କୁ ଯଦି କୌଣସି ଅସୁବିଧା ହୁଏ ତେବେ ବନ୍ଧା ହେବେ ଉତ୍ପାତତ୍କାରୀ ।

    ଜିରୋ ନାଇଟରେ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ । ସାରା ସହାରକୁ ଜଗିବ ସିସିଟିଭି । ସବୁ ଥାନାଗୁଡ଼ିକ ଆଇଆଇସିଙ୍କୁ କମିଶନରଙ୍କର କଡା ନିର୍ଦ୍ଦେଶ ଦେଇଛନ୍ତି । ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ଫୋର୍ସ ମୁତ୍ୟୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.4 ° C
    41.4 °
    41.4 °
    19 %
    5.1kmh
    29 %
    Thu
    41 °
    Fri
    41 °
    Sat
    40 °
    Sun
    41 °
    Mon
    43 °

    ସମ୍ବନ୍ଧିତ