Sunday, April 13, 2025
27.9 C
Odisha

    ଜୁଆଣି ପାଣିର ସ୍ୱାସ୍ଥ୍ୟ ଉପକାରିତା

    ଆଗକୁ ପଢନ୍ତୁ

    ଆମ ରୋଷେଇ ଘରେ ଏପରି ଅନେକ ଜିନିଷ ରହିଛି ଯାହା ଔଷଧୀୟ ଗୁଣରେ ଭରପୁର । ଏଥି ମଧ୍ୟରୁ ଜୁଆଣି ଅନ୍ୟତମ । ଏହାକୁ ସେବନ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଠିକ୍ ହୋଇଥାଏ । ଆଣ୍ଟି ଇନଫ୍ଲେମେଟୋରୀ, ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ବ୍ୟାକ୍ଟେରିଆଲ ଏବଂ ଏଣ୍ଟି ଭାଇରାଲ ଗୁଣରେ ଭରପୁର ଜୁଆଣି । ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଜୁଆଣି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ଦେଇଥାଏ ।

    ଆୟୁର୍ବେଦରେ ଏହାକୁ ଔଷଧ ଭାବରେ ବ୍ୟବହାର କରାଯାଏ । ଏହା ପାଚନ ପ୍ରକ୍ରିୟାକୁ ଉତ୍ତମ କରିଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

    ଉତ୍ତମ ପାଚନ ପ୍ରକ୍ରିୟା: ରାତିରେ ଖାଇବା ପରେ କିମ୍ବା ଶୋଇବା ପୂର୍ବରୁ ଉଷୁମ ପାଣିରେ ଜୁଆଣି ଚୋବାଇ ଖାଇବା ଦ୍ୱାରା ଗ୍ୟାସ୍, ଆସିଡିଟି, ଅପଚ ଭଳି ପେଟ ସମସ୍ୟାରୁ ଉପସମ ମିଳିଥାଏ । ଫଳରେ ପାଚନ ପ୍ରକ୍ରିଆ ଉତ୍ତମ ରହିଥାଏ ।

    ଓଜନ ହ୍ରାସ: ଜୁଆଣି ସେବନ ଶରୀରରେ ମେଟାବଲିଜିମ୍ ବୃଦ୍ଧି କରିଥାଏ । ଉଷୁମ ପାଣିରେ ଜୁଆଣି ସେବନ କରିବା ଦ୍ୱାରା ଶରୀରରେ ମେଦ ହ୍ରାସ ହେବା ପ୍ରକ୍ରିୟା ବୃଦ୍ଧି ପାଇଥାଏ । ଫଳରେ ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । ଜୁଆଣିରେ ଥିବା ଫାଇବର ଓଭରଇଟିଂ ଅଭ୍ୟାସକୁ ହ୍ରାସ କରିଥାଏ ।

    ସୁନିଦ୍ରା: ଔଷଧୀୟ ଗୁଣରେ ଭରପୁର ଜୁଆଣି ଶରୀରକୁ ଶାନ୍ତ ରଖିଥାଏ । ଏହା ସହ ମାନସିକ ଚିନ୍ତା ହ୍ରାସ କରିବା ସହ ସୁନିଦ୍ରାରେ ସହାୟକ ହୋଇଥାଏ । ତେଣୁ ଅନିଦ୍ରତା ସମସ୍ୟା ଥିଲେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଜୁଆଣି ସେବନ (ଚୋବାଇ ଖାଇଲେ) କରିବା ଫଳପ୍ରଦ ହୋଇଥାଏ ।

    ରୋଗପ୍ରତିରୋଧକ ଶକ୍ତି: ଜୁଆଣିରେ ଥିବା ଏଣ୍ଟି ଅକ୍ସିଡାଣ୍ଟ ଏବଂ ଏଣ୍ଟି ବ୍ୟାକ୍ଟେରିଆଲ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ବିଶେଷ କରି ଶୀତ ଦିନେ ଏହାର ସେବନ କରିବା ଥଣ୍ଡା- କାଶରୁ ରକ୍ଷା କରିଥାଏ ।

    ଋତୁସ୍ରାବ: ଜୁଆଣି ସେବନ ଶରୀରରେ ହର୍ମୋନାଲ ଅସନ୍ତୁଳନ ଏବଂ ଉତ୍ତମ ରକ୍ତ ସଂଚାଳନରେ ସହାୟକ ହୋଇଥାଏ । ଫଳରେ ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସମସ୍ୟା ଦୂରେଇଥାଏ ।

    ରକ୍ତଚାପ: ଉଷୁମ ପାଣିରେ ଜୁଆଣି ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ଜୁଆଣିରେ ଥିବା ମ୍ୟାଗନେସିୟମ ଏବଂ କ୍ୟାଲସିୟମ ହୃଦୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ଏହା ଶରୀରରେ ବ୍ଲଡ୍ କ୍ଲଟିଂ ସମ୍ଭାବନାକୁ ହ୍ରାସ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    48 %
    2.4kmh
    100 %
    Sat
    28 °
    Sun
    40 °
    Mon
    39 °
    Tue
    38 °
    Wed
    37 °

    ସମ୍ବନ୍ଧିତ