Thursday, August 13, 2026
27.5 C
Odisha

    ଜୁଆ ଆଡ୍ଡାରେ ଚଢ଼ାଉ, ୨୦ ଗିରଫ

    ଆଗକୁ ପଢନ୍ତୁ

    ଟାଙ୍ଗି: ଜୁଆ ଆଡ୍ଡାରେ ଚଢ଼ାଉ । ୨୦ ଜୁଆଡ଼ି ଗିରଫ । ଟାଙ୍ଗୀ ପୋଲିସକୁ ବଡ଼ ସଫଳତା । ଖୋର୍ଦ୍ଧା ଟାଙ୍ଗୀ ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ । ଗତକାଲି ରାତିରେ ଜଙ୍ଗଲ ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୨୦ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି ।

    ସେମାନଙ୍କଠାରୁ ନଗଦ ୧୦ଲକ୍ଷ ୩୮ହଜାର ୫୦୦ଟଙ୍କା, ଗୋଟିଏ ଦାମୀ କାର, ୪ଟି ବାଇକ, ୨୦ଟି ମୋବାଇଲ ସମେତ ୧୦ମୁଠା ତାସ ଜବତ ହୋଇଛି । ଓଡିଶାର ବିଭିନ୍ନ ଜିଲ୍ଲାର ଜୁଆଡ଼ି ଏଠାକୁ ଆସନ୍ତି । ଆଉ କୋଟି କୋଟି ଟଙ୍କାର ଜୁଆ ଖେଳ ଚାଲେ। ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଚଢାଉ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    83 %
    2.4kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ