Thursday, August 13, 2026
25.8 C
Odisha

    ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୭ ଜଣଙ୍କୁ ଗିରଫ କରିବା ସହ ୨ଟି ବୋଲେରୋ ଜବତ

    ଆଗକୁ ପଢନ୍ତୁ

    ଉମରକୋଟ: ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ । ୭ ଜଣଙ୍କୁ ଗିରଫ କରିବା ସହ ୨ଟି ବୋଲେରୋ ଓ ଘଟଣାସ୍ଥଳରୁ ନଗଦ ୫୫ , ୩୪୦ ଟଙ୍କା ସହ ଜୁଆ ଖେଳ ସାମଗ୍ରୀ ମଧ୍ୟ ଜବତ ହୋଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଡଙ୍ଗରୀସାହି ଠାରେ ବିଳମ୍ବିତ ରାତିରେ ଜୁଆ ଆଡା ଉପରେ ପୋଲିସ ଚଢ଼ାଉ କରିଥିଲା । ଜିଲ୍ଲା ଏସପିଙ୍କ ନିର୍ଦେଶ କ୍ରମେ ଗୁପ୍ତ ସୂଚନା ଆଧାରରେ ପୋଲିସ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସେଠାରେ ଜୁଆ ଖେଳୁଥିବା ୭ ଜଣଙ୍କୁ କାବୁ କରାଯାଇଥିଲା । ଅଭିଯୁକ୍ତମାନଙ୍କ ଠାରୁ ନଗଦ ଟଙ୍କା, ତାସ୍ ଓ ଅନ୍ୟାନ୍ୟ ଜୁଆ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରେ ଥିବା ଦୁଇଟି ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି । ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ସ୍ୱାଗତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.8 ° C
    25.8 °
    25.8 °
    91 %
    1.5kmh
    100 %
    Thu
    28 °
    Fri
    28 °
    Sat
    24 °
    Sun
    27 °
    Mon
    29 °

    ସମ୍ବନ୍ଧିତ