ବିହାର : ବିହାରରେ ଲାଲୁ ପରିବାରର ସୁରକ୍ଷା ହ୍ରାସ ପାଇବା ପରେ ସମସ୍ତ ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଇଛନ୍ତି ଲାଲୁ ଯାଦବ । ରାବଡି ଦେବୀଙ୍କ ସରକାରୀ ବାସଭାବନ ୧୦ ସର୍କୁଲାଣ ରୋଡରେ ଜଣେ ବି ସୁରକ୍ଷାକର୍ମୀ ନିୟୋଜିତ ନାହାନ୍ତି । ରାବଡି ଦେବୀ ସମସ୍ତ ସୁରକ୍ଷା କର୍ମୀଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇଦିନ ପୂର୍ବେ ରାଜ୍ୟ ସୁରକ୍ଷା ସମିତିର ସୁପାରିଶ ଆଧାରରେ ଗ୍ହ ବିଭାଗ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ତାଙ୍କ ପତ୍ନୀ ରାବଡି ଦେବୀଙ୍କ Z+ ସିକ୍ୟୁରିଟିକୁ ହ୍ରାସ କରାଯାଇଥିଲା ।
ଲାଲୁ ଏବଂ ତାଙ୍କ ପତ୍ନୀକୁ ବିହାର ପୋଲିସ ବିଶେଷ ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି । ଏଥିରେ ଏସ୍କର୍ଟ, ବୁଲେଟ ପ୍ରୁଫ କାର ଏବଂ ୮ ରୁ ୧୬ ଜଣ ବଡିଗାର୍ଡ । ଲାଲୁ ଯାଦବଙ୍କ ପୁଅ ଏବଂ ଜନଶକ୍ତି ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜ ପ୍ରତାପ ଯାଦବଙ୍କୁ ମଧ୍ୟ Y କ୍ୟାଟେଗୋରୀ ସୁରକ୍ଷା ଦିଆଯାଇଥିଲା । ଯାହାକୁ ଏବେ ଶେଷ କରାଯାଇ ଜଣେ ବଡିଗାର୍ଡ ଦିଆଯାଇଛି ।
ସେହିପରି ତେଜସ୍ବୀ ଯାଦବ ଏବଂ ତାଙ୍କ ପତ୍ନୀ, ଭଉଣୀଙ୍କ ସୁରକ୍ଷାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଲାଲୁଙ୍କୁ ଏବେ ଯାଏଁ Z+ ସିକ୍ୟୁରିଟି ମିଳୁଥିଲା । କିନ୍ତୁ ସମ୍ରାଟ ସରକାର ଏହାକୁ ପରିବର୍ତ୍ତନ କରି ବିଶେଷ ସୁରକ୍ଷା ବ୍ୟବସ୍ଥା ଯୋଗାଇଛି । ଏବେ ତାଙ୍କ ସୁରକ୍ଷାରେ ୨ରୁ ୮ ଜଣ ହାଉସ ଗାର୍ଡ, ପାଟନା ଜିଲ୍ଲା ବଳରୁ ୨ ଜଣ ବଡିଗାର୍ଡ, ଏଚକ୍ୟୁଆରଟିରୁ ପାଇଲଟ ଏବଂ ବୁଲେଟ ପ୍ରୁଫ କାର୍, ପାଟନା ଜିଲ୍ଲା ବଳରୁ ଏସ୍କର୍ଟ ଏବଂ ପାଇଲଟ ମିଳିବେ । ଲାଲୁଙ୍କ ପତ୍ନୀ ରାବଡି ଦେବୀଙ୍କୁ ୨ରୁ ୮ ଜଣ ହାଉସ ଗାର୍ଡ, ୩ ମହିଳା ବଡିଗାର୍ଡ, ୩ ବର୍ଦ୍ଦିଧାରୀ ବଡିଗାର୍ଡ, ଏଚକ୍ୟୁଆରଟିରୁ ପାଇଲଟ ଏବଂ ବୁଲେଟ ପ୍ରୁଫ କାର୍, ପାଟନା ଜିଲ୍ଲା ବଳରୁ ଏସ୍କର୍ଟ ଏବଂ ପାଇଲଟ ମିଳିବେ ।
