Wednesday, May 21, 2025
35.9 C
Odisha

    ଜୁନ୍ ୨୩ରେ ହେବ ୪୩ ପଞ୍ଚାୟତ ପାଇଁ ଉପନିର୍ବାଚନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଜୁନ୍ ୨୩ରେ ହେବ ପଞ୍ଚାୟତ ଉପ ନିର୍ବାଚନ । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବ ଉପନିର୍ବାଚନ । ଏଥିପାଇଁ ଆସନ୍ତାକାଲି ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ ଉପ ନିର୍ବାଚନ ପାଇଁ ନୋଟିସ ଜାରି ହେବ। ଆସନ୍ତା ୨୬, ୨୮,୨୯ , ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତା’ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ପଞ୍ଚାୟତ ଅଫିସରେ । ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ । ୨୪ ତାରିଖ ସକାଳ ୮ଟାରୁ ବ୍ଳକ ଅଫିସରେ ଭୋଟ ଗଣତି ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନ  ବିଜ୍ଞପ୍ତି ଜାରି କରିଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    39 %
    4.2kmh
    94 %
    Wed
    33 °
    Thu
    39 °
    Fri
    34 °
    Sat
    38 °
    Sun
    36 °

    ସମ୍ବନ୍ଧିତ