Saturday, March 21, 2026
27.7 C
Odisha

    ଜେଇଇ ଆଡଭାନ୍ସଡ ଫଳ ପ୍ରକାଶିତ, ରଜିତ ଗୁପ୍ତା ସର୍ବଭାରତୀୟ ଟପ୍ପର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ଆଇଆଇଟି କାନପୁର ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଆଡଭାନ୍ସଡ-୨୦୨୫ର ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଆଇଆଇଟି ଦିଲ୍ଲୀର ରଜିତ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ମୋଟ ୩୬୦ ନମ୍ବରରୁ ୩୨୨ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି। ଶ୍ରେଷ୍ଠ ୧୫ ତାଲିକାରେ କେବଳ ଛାତ୍ରମାନେ ରହିଛନ୍ତି। ଛାତ୍ରୀଙ୍କ ମଧ୍ୟରେ ଦେବଦତ୍ତ ମାଝୀ ସର୍ବଭାରତୀୟ ସ୍ତରରେ ୧୬ଶ ସ୍ଥାନରେ ରହିବା ସହିତ ଝିଅମାନଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି। ଛାତ୍ରଛାତ୍ରୀମାନେ jeeadv.ac.in ଓ୍ବେବସାଇଟ୍‌କୁ ଯାଇ ନିଜର ଫଳାଫଳ ଜାଣିପାରିବେ।

    ସୂଚନା ଅନୁସାରେ, ଗତ ମେ ୧୮ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୪ ହଜାର ୩୭୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୯ ହଜାର ୪୦୪ ଛାତ୍ରୀ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ