Tuesday, June 17, 2025
25.1 C
Odisha

ଜେଇ ପଦ ପାଇଁ ଆବେଦନ କରିପାରିବେନି ବିଟେକ୍ ଡିଗ୍ରୀଧାରୀ : ହୋଇକୋର୍ଟ

ଆଗକୁ ପଢନ୍ତୁ

ଭୁବନେଶ୍ବର : କନିଷ୍ଠ ଇଞ୍ଜିନିୟର(ଜେଇ) ପଦ ପାଇଁ ବିଟେକ୍ ଡିଗ୍ରୀଧାରୀ ଇଞ୍ଜିନିୟର ଆବେଦନ କରିପାରିବେ ନାହିଁ । ଏହି ପଦବୀ ପାଇଁ କେବଳ ଡିପ୍ଲୋମା ଇଞ୍ଜିନିୟର ଛାତ୍ରଛାତ୍ରୀ ଆବେଦନ କରିପାରିବେ । ହୋଇକୋର୍ଟର ଜଣିକିଆ ବିଚାରପତି ଦେଇଥିବା ରାୟକୁ ଦୁଇଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ କାୟମ ରଖିଛନ୍ତି । ତେବେ ଡିପ୍ଲୋମାଧାରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି ହାଇକୋର୍ଟଙ୍କ ଆଦେଶ । ପ୍ରକାଶଥାଉକି, 2024 ମସିହାରେ 1 ହଜାରରୁ ଅଧିକ କନିଷ୍ଠ ଇଞ୍ଜିନିୟର ପଦରେ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏଥିପାଇଁ କେବଳ ଡିପ୍ଲୋମାଧାରୀମାନେ ଆବେଦନ କରିପାରିବେ ବୋଲି କୁହାଯାଇଥିଲା ।

ଏହାକୁ ଚାଲେଞ୍ଜ କରି ବିଟେକ୍ ଡିଗ୍ରୀଧାରୀମାନେ ଆବେଦନ କରିପାରିବେ ବୋଲି କହିଥିଲେ । ତେବେ ଡିପ୍ଲୋମା ଠାରୁ ବିଟେକ୍ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ରହିଥିବା ବେଳେ ସେମାନଙ୍କୁ ଆବେଦନ କରିବାକୁ ଅନୁମତି ମିଳୁ ବୋଲି କହିଥିଲେ ।ତେବେ ପ୍ରଥମେ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ । ଏହି ମାମଲାରେ ଡିପ୍ଲୋମାଧାରୀମାନେ ମିସକେସ୍ ରୁଜୁ କରିଥିଲେ । ଜଣିକିଆ ବିଚାରପତିଙ୍କ ଆଦେଶକୁ ଚାଲେଞ୍ଜ କରି ଏକାଧୀକ ଡିଗ୍ରୀଧାରୀ ହାଇକୋର୍ଟକୁ ରିଟ୍ ଅପିଲରେ ଆସିଥିଲେ । ତେବେ ଦୁଇଜଣିଆ ଖଣ୍ଡପୀଠ ମଧ୍ୟ ଏହି ଆଦେଶକୁ କାୟମ ରଖିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
25.1 ° C
25.1 °
25.1 °
85 %
2.6kmh
100 %
Tue
25 °
Wed
25 °
Thu
30 °
Fri
33 °
Sat
34 °

ସମ୍ବନ୍ଧିତ