Saturday, October 3, 2026
23.6 C
Odisha

    ଜେଜେମା’ର ଅନ୍ତ୍ୟେଷ୍ଟି ରେ ନାତି ମୃତ

    ଆଗକୁ ପଢନ୍ତୁ

    ଭଦ୍ରକ : ଜେଜେମାଆର ଅନ୍ତ୍ୟେଷ୍ଟି ରେ ନାତି ମୃତ। ଭଦ୍ରକ ତେସିଙ୍ଗା ପଞ୍ଚାୟତ କୁଶଗଡିଆ ଗାଁରେ ଅଭାବନୀୟ ଘଟଣା। ଜେଜେମା ଶବ ସତ୍କାର ସାରି ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ନାତିର ମୃତ୍ୟୁ। ଗତକାଲି ରାତିରେ ପ୍ରେମଲତା ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା। ଆଜି ପ୍ରେମଲତାଙ୍କ ଶବ ସତ୍କାର କରି ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ ପରିବାର।

    ଗାଧୋଉଥିବା ଗୋଡ଼ ଖସିଯିବାରୁ ୨୭ ବର୍ଷିୟ ନାତି ବିକାଶ କୁମାର ମଲ୍ଲିକ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲା ଦମକଳ ବାହିନୀ। ବହୁ ଖୋଜା ଖୋଜି ପରେ ବିକାଶଙ୍କୁ ଉଦ୍ଧାର କରି ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ବିକାଶଙ୍କୁ ମୃତ ଘୋଷଣା କରିଥିଲେ। ପରିବାରରେ ଦୁଇ ଦୁଇଟି ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ