Friday, May 15, 2026
26.3 C
Odisha

    ବଜ୍ରପାତ ସହ ଭୀଷଣ ବର୍ଷା ନେଇ ରାଜଧାନୀକୁ ରେଡ୍ ଆଲର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀକୁ ରେଡ୍ ଆଲର୍ଟ । ବଜ୍ରପାତ ସହ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ । ଆଗାମୀ ୨ଘଣ୍ଟା ଯାଏଁ ସତର୍କ ରହିବାକୁ ପରାମର୍ଶ । ଗତ ଦୁଇ ଘଣ୍ଟା ଧରି ଭୁବନେଶ୍ବରରେ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

    ସକଳେ ଆଜି ଖରା ପାଗ ହୋଇଥିଲା । କିନ୍ତୁ ଦିନ ପ୍ରାୟ ସାଢେ ୧୨ ଟା ପରେ ହଠାତ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ଏହା ପରେ ଆରମ୍ଭ ହୋଇଛି ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା । .ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୧୦ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

    ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ରାଜ୍ୟରେ ବର୍ଷା ଲାଗିରହିବ। ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କାଲି ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.3 ° C
    26.3 °
    26.3 °
    78 %
    2.5kmh
    100 %
    Thu
    27 °
    Fri
    42 °
    Sat
    42 °
    Sun
    43 °
    Mon
    46 °

    ସମ୍ବନ୍ଧିତ