Friday, April 3, 2026
33.6 C
Odisha

    ଜେଲରେ ୨୦୧୯ ବ୍ୟାଚର ଓଏଏସ ଟପ୍ପର

    ଆଗକୁ ପଢନ୍ତୁ

    କୁଚିଣ୍ଡା : ସମ୍ବଲପୁର ଜେଲରେ ୨୦୧୯ ବ୍ୟାଚର ଓଏଏସ ଟପ୍ପର । ଜେଲରେ କଟିଛି ପ୍ରଥମ ରାତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ସ୍ଥିତ ଅଶ୍ବିନୀଙ୍କ ଘରେ ରେଡ ବେଳେ ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା ଜବତ କରାଯାଇଛି । ଏଥିସହ ବିଭିନ୍ନ ଅଳଙ୍କାର ମଧ୍ୟ ମିଳିଛି । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁରର ଭିକି ନାଏକ ଜମି କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସରେ ଆବେଦନ କରିଥିଲେ । କୃଷି କିସମ ଜମିକୁ ଘରବାରିରେ ପରିବର୍ତ୍ତନ ପାଇଁ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ତାଙ୍କୁ ଲାଞ୍ଚ ମାଗୁଥିବା ଭିକି ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ ।

    ଗତକାଲି ତହସିଲଦାର ଅଶ୍ବିନୀ ପଣ୍ଡାଙ୍କ ନିର୍ଦ୍ଦେଶରେ ତାଙ୍କ ଡ୍ରାଇଭର ପି. ପ୍ରବୀଣ କୁମାର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ଭିଜିଲାନସ ଅଧିକାରୀ ଓଏଏସ ବାବୁଙ୍କୁ ଟ୍ରାପ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି । ୨୦୧୯ ବ୍ୟାଚର ଓଏଏସ ଟପ୍ପର ଅଶ୍ବିନୀ ପଣ୍ଡାଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗାଁରେ । ଭିଜିଲାନ୍ସ ହାତରେ ଧରାପଡ଼ିଵା ପରେ ତାଙ୍କର ପୈତୃକ ବାସଭବନରେ ଭିଜିଲାନ୍ସ ବିଭାଗର ଟିମ ଚଢ଼ାଉ କରିଥିଲା । ୨୦୧୮ ASO ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନଥିଲେ ଅଶ୍ବିନୀ କୁମାର ପଣ୍ଡା । ଏଏସଓ ପରୀକ୍ଷାରେ ବିଫଳତା ପରେ ସେ ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାରେ ଟପ୍ପର ହୋଇ ଗୌରବ ଅର୍ଜନ କରିଥିଲେ । ହେଲେ ଏବେ ଜମି କିସମ ପାଇଁ ଲାଞ୍ଚ ନେଇ ଅଶ୍ବିନୀ ପଣ୍ଡା ଧରାପଡ଼ିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ