Monday, June 22, 2026
37.1 C
Odisha

    ଜେଲ୍ ଗଲେ ଜେଲ୍ ୱାର୍ଡେନ୍, ବ୍ୟାଗ୍ ଭିତରୁ ଜବତ ହୋଇଥିଲା ଗଞ୍ଜେଇ

    ଆଗକୁ ପଢନ୍ତୁ

    କେନ୍ଦୁଝର : ଜେଲ୍ ଗଲେ ଜେଲ୍ ୱାର୍ଡେନ୍ । ବନ୍ଧା ହୋଇ ଜେଲ୍ ଗଲେ କେନ୍ଦୁଝର ଜିଲ୍ଲା କାରାଗାରର ୱାର୍ଡେନ ଆଲୋକ ଧଡ଼ା । ଗତ ୨୨ ତାରିଖରେ ରାତି ଡ୍ୟୁଟି କରୁଥିବା ବେଳେ ତାଙ୍କ ବ୍ୟାଗ୍ ଭିତରୁ ଗଞ୍ଜେଇ ଜବତ ହୋଇଥିଲା । ଦୀର୍ଘ ୯ ଦିନ ପରେ ଗତକାଲି ଜେଲ ଅଧିକ୍ଷକ ଉପେନ୍ଦ୍ର ଜେନା ଟାଉନ ଥାନାରେ ଏଫଆଇଆର କରିବା ପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି । ୱାର୍ଡେନଙ୍କୁ ଗତକାଲି ରାତିରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

    ତେବେ ଏ ନେଇ ପୋଲିସ କିମ୍ବା ଜେଲ୍ ଅଧୀକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏହି ଘଟଣାରେ ସେ ଗିରଫ ହୋଇ ଜେଲ ଯାଇଛନ୍ତି । ତେବେ ଏ ନେଇ ଜେଲ୍ ଅଧିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଜିଲ୍ଲା କାରାଗାରରେ ଗଞ୍ଜେଇ କାରବାର ନେଇ କେନ୍ଦୁଝର ଜିଲ୍ଲାର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲା କାରାଗାରକୁ ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାଦକ ଦବ୍ୟ ବିଭିନ୍ନ ସମୟରେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.1 ° C
    37.1 °
    37.1 °
    31 %
    5.5kmh
    90 %
    Mon
    37 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ