Friday, October 2, 2026
30.6 C
Odisha

    କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ ପ୍ରସ୍ତାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାର ଖଣିଜ କ୍ଷେତ୍ରକୁ ଅଧିକ ସୁଦୃଢ଼ କରାଯିବ। ଜାତୀୟ ଅର୍ଥନୀତିରେ ରାଜ୍ୟର ଅବଦାନ ବୃଦ୍ଧି କରିବା ରହିଛି ଲକ୍ଷ୍ୟ। ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପ୍ରସ୍ତାବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି।

    ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ୪୭୧ ମିଲିଅନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ସହ ୪୬ହଜାର କୋଟିର ରାଜସ୍ୱ ସଂଗ୍ରହ ହୋଇଛି। ଏହି ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ସକ୍ରିୟ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଲାମ ହୋଇଥିବା ଖଣିଗୁଡ଼ିକ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଶୀଘ୍ର ପ୍ରଦାନ ସହ ଶାଶୁବୋହୂମାଳୀ ବକ୍ସାଇଟ୍ ଏବଂ ଠାକୁରାଣୀ ଲୁହାପଥର ବ୍ଲକକୁ OMC ସପକ୍ଷରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

    ଖଣିଜ ପରିବହନ ପାଇଁ ରେଳ ଓ ବନ୍ଦରର ତ୍ୱରିତ ବିକାଶ ଏବଂ ପରିତ୍ୟକ୍ତ କୋଇଲା ଖଣିଗୁଡ଼ିକୁ ‘ଫ୍ଲାଇଆସ୍’ ଦ୍ୱାରା ପୁର୍ନଭରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଫ୍ରେମୱାର୍କ ଉପରେ ଗୁରୁତ୍ୱ ଦିଆଯାଇଛି। ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀ ଏକ ଯୁଗ୍ମ ଉଚ୍ଚସ୍ତରୀୟ ବୈଠକ କରିବାକୁ ପ୍ରସ୍ତାବ ଦେଇଛନ୍ତି।

    ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ, କେନ୍ଦ୍ର-ରାଜ୍ୟ ଯୋଜନା, DMF ଏବଂ CSR ପାଣ୍ଠିକୁ ମିଳିତ ଭାବେ ଖଣି ଅଞ୍ଚଳରେ ଶତପ୍ରତିଶତ କାର୍ଯ୍ୟକାରୀ କରାଯିବ। ବୈଠକ ବେଳେ ରାଜ୍ୟର ନୂତନ ଯୋଜନା ସିଏମ୍ ସମ୍ପଦା ସଂପର୍କରେ ସୂଚନା ଦିଆଯାଇଥିଲା। ବୈଠକରେ ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ, କେନ୍ଦ୍ର ଖଣି ସଚିବ ଏବଂ MCL, NALCO ଭଳି ପ୍ରମୁଖ କେନ୍ଦ୍ରୀୟ PSU ର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ