Saturday, February 21, 2026
33.5 C
Odisha

    ଜୋରଦାର ଚାଲିଛି ରଥ ନିର୍ମାଣ କାମ, ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ

    ଆଗକୁ ପଢନ୍ତୁ

    ପୁରୀ  :  ପୁରୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାକିଛି ତିନି ରଥ ନିର୍ମାଣ କାମ ।  ତିନି ରଥର ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ ।  ଏହାସହିତ ରଥର ପାଞ୍ଚ ଦଣ୍ଡା ଚଉପଟ ହୋଇ ଉଭୟ ପଟରେ ମୁହାଁଟି ସଂଯୋଗ ହୋଇ ପ୍ରସ୍ତୁତ ହେବ ରଥ ପ୍ରେମ ।   ଫ୍ରେମର ଉଭୟ ପାର୍ଶ୍ଵରେ କୁଡୁକା ଦ୍ଵାରା ସଂଯୁକ୍ତ ହେବ ପାର୍ଶ୍ୱଦଣ୍ଡା, ପାଞ୍ଚ ଦଣ୍ଡାର ଆଗ ଓ ପଛରେ ଗରଗରା ପଡ଼ି ଉଠିବ ଚାରି ନାହାକା ।

    ଚାରି ନାହାକାର ଚତୁର୍ପାର୍ଶ୍ୱରେ ଉଠିବ ଚଉଦ ନାହାକା । ତିନିରଥର ୨୦ ଫୁଟିଆ ଚାରି ନାହାକାର ଚଉପଟ ସହ ଅଷ୍ଟକୋଣୀ ଆଂଶ ମାରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଆଜି ତିନି ରଥର ଶେଷ ହୋଇଛି ୮ ଟି ଲେଖାଏଁ ନାଟଗୋଡ଼ର ଉଭୟ ପାର୍ଶ୍ବର ମୁଖଶାଳା କାର୍ଯ୍ୟ । ଏହି ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କରିବେ ରୂପକାର ସେବକମାନେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ