Monday, November 24, 2025
17.4 C
Odisha

    ଜୋରଦାର ଚାଲିଛି ରଥ ନିର୍ମାଣ କାମ, ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ

    ଆଗକୁ ପଢନ୍ତୁ

    ପୁରୀ  :  ପୁରୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାକିଛି ତିନି ରଥ ନିର୍ମାଣ କାମ ।  ତିନି ରଥର ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ ।  ଏହାସହିତ ରଥର ପାଞ୍ଚ ଦଣ୍ଡା ଚଉପଟ ହୋଇ ଉଭୟ ପଟରେ ମୁହାଁଟି ସଂଯୋଗ ହୋଇ ପ୍ରସ୍ତୁତ ହେବ ରଥ ପ୍ରେମ ।   ଫ୍ରେମର ଉଭୟ ପାର୍ଶ୍ଵରେ କୁଡୁକା ଦ୍ଵାରା ସଂଯୁକ୍ତ ହେବ ପାର୍ଶ୍ୱଦଣ୍ଡା, ପାଞ୍ଚ ଦଣ୍ଡାର ଆଗ ଓ ପଛରେ ଗରଗରା ପଡ଼ି ଉଠିବ ଚାରି ନାହାକା ।

    ଚାରି ନାହାକାର ଚତୁର୍ପାର୍ଶ୍ୱରେ ଉଠିବ ଚଉଦ ନାହାକା । ତିନିରଥର ୨୦ ଫୁଟିଆ ଚାରି ନାହାକାର ଚଉପଟ ସହ ଅଷ୍ଟକୋଣୀ ଆଂଶ ମାରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଆଜି ତିନି ରଥର ଶେଷ ହୋଇଛି ୮ ଟି ଲେଖାଏଁ ନାଟଗୋଡ଼ର ଉଭୟ ପାର୍ଶ୍ବର ମୁଖଶାଳା କାର୍ଯ୍ୟ । ଏହି ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କରିବେ ରୂପକାର ସେବକମାନେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.4 ° C
    17.4 °
    17.4 °
    58 %
    1.5kmh
    2 %
    Sun
    17 °
    Mon
    27 °
    Tue
    27 °
    Wed
    26 °
    Thu
    24 °

    ସମ୍ବନ୍ଧିତ