Monday, February 23, 2026
19.9 C
Odisha

    ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର : ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ସରକାର ସେ ପ୍ରକଳ୍ପକୁ ଅନୁମତି ଦେଇ ସାରିଛନ୍ତି । ଖୁବଶୀଘ୍ର ଟେକ୍ନିକାଲ କାର୍ଯ୍ୟ ଆରମ୍ଭ ହେବ । ଜୟଦେବ ବିହାରରେ ଜାତୀୟ ରାଜପଥର ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ସେ ଫ୍ଲାଏ ଓଭର ନନ୍ଦନକାନନ ପର୍ଯ୍ୟନ୍ତ ଯିବ । ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସକେପ ୱେ ରହିବ ।ଯେଉଁମାନେ ଉପରେ ଯାତାୟାତ କରୁଥିବେ ସେମାନଙ୍କ ପାଇଁ ତଳକୁ ଓହ୍ଲାଇବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସବୁ ଦୃଷ୍ଟିକୁ ଆଖି ଆଗରେ ରଖି ଯୋଜନା କରାଯାଇଛି । ସେଠି ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ ତାହା ସହ ଉପରେ ମଧ୍ୟ ୪ ଲେନ ରାସ୍ତା ନିର୍ମାଣ ହେବ । ଏଇ ରାସ୍ତା ଆଗାମୀ ଦିନରେ ଭୁବନେଶ୍ୱରର ଲାଇଫ ଲାଇନ ହେବ । ଆମେ ଆଶା ରଖିଛୁ ୨୦୨୭-୨୮ ସୁଦ୍ଧା ଏହି ପ୍ରକଳ୍ପରୁ ବଡ଼ ଭାଗ ଆମେ ଶେଷ କରି ଦେଇଥିବୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.9 ° C
    19.9 °
    19.9 °
    76 %
    2.3kmh
    0 %
    Sun
    20 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ